ଓଡିଶା

odisha

ETV Bharat / bharat

ପ୍ରଧାନମନ୍ତ୍ରୀ ଆବାସ ଯୋଜନା; ଆଜି 6 ଲକ୍ଷ ହିତାଧିକାରୀଙ୍କୁ ମିଳିବ ଟଙ୍କା

ହାଉସ ଫର ଅଲ ଭିତ୍ତିରେ ଆରମ୍ଭ ହୋଇଥିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା । 2022 ସୁଦ୍ଧା ଦେଶର ସମସ୍ତ ନାଗରିକଙ୍କ ପାଖରେ ଥିବ ଘର । ଏହି ଫ୍ଲାଗସିପ ଯୋଜନା 20 ନଭେମ୍ବର 2016 ମସିହାରେ ଆରମ୍ଭ ହୋଇଥିଲା । କଣ ରହିଛି ଏବେ ସ୍ଥିତି ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Pm Modi
Pradhan Mantri Awaas Yojana UP

By

Published : Jan 20, 2021, 7:57 AM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ ଅଧୀନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରପ୍ରଦେଶର 6 ଲକ୍ଷ ହିତାଧିକାରୀଙ୍କୁ ପ୍ରାୟ 2ହଜାର 691କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଧାନ କରିବେ । ଆଜି ଦିନ 12 ଟା ବେଳେ ଭିଡିଓ କନଫରେନ୍ସି ଜରିଆରେ ଏହି ସହାୟତା ପ୍ରଦାନ କରାଯିବ । କେନ୍ଦ୍ର ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । ଏହି ସହାୟତା ମଧ୍ୟରେ 5ଲକ୍ଷ 30ହଜାର ହିତାଧିକାରୀଙ୍କ ପ୍ରଥମ କିସ୍ତି ଓ ପିଏମଏୱାଇଜି ଅଧୀନରେ ପ୍ରଥମ କିସ୍ତି ଦେଇ ସାରିଥିବା 80ହଜାର ହିତାଧିକାରୀଙ୍କୁ ଦ୍ବିତୀୟ କିସ୍ତି ସହାୟତା ରହିଛି ।

ଆଗାମୀ 2022 ମସିହା ସୁଦ୍ଧା ସମସ୍ତଙ୍କ ପାଇଁ ଘର ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ବାନ ଭିତ୍ତିରେ ପିଏମଏୱା ଏକ ଫ୍ଲାଗସିପ କାର୍ଯ୍ୟକ୍ରମ 20 ନଭେମ୍ବର 2016 ମସିହାରେ ଆରମ୍ଭ କରିଥିଲେ କେନ୍ଦ୍ର ସରକାର । ଏହି ଯୋଜନା ଅଧୀନରେ ଏପର୍ଯ୍ୟନ୍ତ ଦେଶରେ ଏକ କୋଟି 26 ଲକ୍ଷ ଘର ନିର୍ମାଣ ସରିଲାଣି । ଯୋଜନାରେ ପ୍ରତ୍ୟେକ ହିତାଧିକାରୀଙ୍କୁ ସମତଳ ଅଞ୍ଚଳରେ ସମ୍ପୂର୍ଣ୍ଣ ଖର୍ଚ୍ଚ 1ଲକ୍ଷ 20ହଜାର ଓ ଉତ୍ତରପୂର୍ବାଞ୍ଚଳ, ଦୂର୍ଗମ ଅଞ୍ଚଳ, ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ, ଉଗ୍ରବାଦ ପ୍ରଭାବିତ ଜିଲ୍ଲା ଓ ପାର୍ବତ୍ୟ ରାଜ୍ୟଗୁଡିକ ହିତାଧିକାରୀଙ୍କୁ 1ଲକ୍ଷ 30 ହଜାର ଟଙ୍କା ଦେଉଛନ୍ତି ସରକାର ।

ଏହି ଯୋଜନାର ହିତାଧିକାରୀମାନଙ୍କୁ ସହାୟତା ଅର୍ଥ ଛାଡି ଅଣକୁଶଳୀ ଶ୍ରମିକ ମଜୁରୀ ବାବଦ ଅର୍ଥ ମହାତ୍ମାଗାନ୍ଧୀ ଜାତୀୟ କର୍ମନିଯୁକ୍ତି ଗ୍ୟାରେଣ୍ଟି ଯୋଜନା (MNREGS) ରୁ ଏବଂ ସ୍ବଚ୍ଛ ଭାରତ ମିଶନ-ଗ୍ରାମୀଣ SBM-G, MNREGS । ସେହିଭଳି ଯୋଜାନରେ 12 ହଜାର ଟଙ୍କା ବ୍ୟୟରେ ଶୌଚାଳୟ ତିଆରି ପାଇଁ ଅର୍ଥ ପ୍ରଦାନ କରୁଛନ୍ତି କେନ୍ଦ୍ର ସରକାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details