ଓଡିଶା

odisha

ETV Bharat / bharat

ପ୍ରାକ ବଜେଟ ବୈଠକରେ ଅର୍ଥମନ୍ତ୍ରୀ ଗାୟବ - ପ୍ରାକ ବଜେଟ ବୈଠକରେ ନିର୍ମଳା ସୀତାରମଣ ଅନୁପସ୍ଥିତ

ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ବିଶେଷଜ୍ଞ ଏବଂ ଅର୍ଥନୀତିଜ୍ଞଙ୍କ ସହ ଅନୁଷ୍ଠିତ ପ୍ରାକ ବଜେଟ ବୈଠକରେ ଅନୁପସ୍ଥିତ ଥିଲେ ଅର୍ଥମନ୍ତ୍ରୀ  ନିର୍ମଳା ସୀତାରମଣ । ଯାହାକୁ ନେଇ ତାଙ୍କୁ କଡା ସମାଲୋଚନାର ଶିକାର ହେବାକୁ ପଡିଛି ।

finance-minister’s-absence-from-pm’s-meeting
ଫାଇଲ ଫଟୋ

By

Published : Jan 9, 2020, 11:03 PM IST

ନୂଆଦିଲ୍ଲୀ: ଗୁରୁବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ବିଶେଷଜ୍ଞ ଏବଂ ଅର୍ଥନୀତିଜ୍ଞଙ୍କ ସହ ପ୍ରାକ ବଜେଟ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ଏବଂ ନୀତିନ ଗଡକରୀ ଉପସ୍ଥିତ ଥିଲେ । ହେଲେ ଦେଶର ଅର୍ଥନୀତି ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ଏହି ବୈଠକରେ ଅନୁପସ୍ଥିତ ଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ଏହି ବୈଠକରେ ଅର୍ଥମନ୍ତ୍ରୀଙ୍କ ଅନୁପସ୍ଥିତିକୁ ନେଇ ବିଜେପିକୁ କଡା ସମାଲୋଚନା କରିଛି କଂଗ୍ରେସ ।

ଫଟୋ ସୌଜନ୍ୟ: ଟ୍ବିଟର

ଏନେଇ କଂଗ୍ରେସ ଟ୍ବିଟ କରି କହିଛି, 'ବିଜେପି ପାଇଁ ଏକ ପରାମର୍ଶ ରହିଛି । ଦୟାକରି ଆଗାମି ବଜେଟ ବୈଠକରେ ଅର୍ଥମନ୍ତ୍ରୀଙ୍କୁ ଆମନ୍ତ୍ରିତ କରିବାକୁ ଭୁଲନ୍ତୁ ନାହିଁ । ଏହା ଉପରେ ବିଚାର କରାଯାଉ ।' ଏହି ଟ୍ବିଟରେ କଂଗ୍ରେସ 'ଫାଇଣ୍ଡିଂ ନିର୍ମଳା'ର ହାସଟ୍ୟାଗ ମଧ୍ୟ ବ୍ୟବହାର କରିଛି । ଅନ୍ୟ ଏକ ଟ୍ବିଟରେ କଂଗ୍ରେସ ଲେଖିଛି,' ଜଣେ ମହିଳାଙ୍କ କାମ କରିବା ପାଇଁ କେତେଜଣ ପୁରୁଷଙ୍କର ଆବଶ୍ୟକତା ପଡିଥାଏ ।'

ସେପଟେ ସୋସିଆଲ ମିଡିଆରେ ମଧ୍ୟ ଏନେଇ ନୀର୍ମଳା ସୀତାରମଣଙ୍କୁ ଟ୍ରୋଲ କରାଯାଉଛି । ନିଜର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଯୋଗୁଁ ନିର୍ମଳା ଏହି ବୈଠକରେ ଯୋଗ ଦେଇପାରିନଥିଲେ ବୋଲି ବିଜୋପି ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଥିଲା। କିନ୍ତୁ ବିଜେପିର ଏହି ସ୍ପଷ୍ଟୀକରଣ ସୋସିଆଲ ମିଡିଆ ୟୁଜର୍ସଙ୍କୁ ସନ୍ତୁଷ୍ଟ କରିପାରିନାହିଁ । ଏହାକୁ ନେଇ ୟୁଜର୍ସ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।

ABOUT THE AUTHOR

...view details