ନୂଆଦିଲ୍ଲୀ: ଜିଡିପି ହ୍ରାସକୁ ନେଇ ବିଭିନ୍ନ ମହଲରେ ମୋଦି ସରକାରଙ୍କୁ ସମାଲୋଚନା କରାଯାଉଥିବା ବେଳେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । 2014 ପରଠାରୁ ମୁଦ୍ରାସ୍ଫିତି ଦରରେ ବୃଦ୍ଧି ହୋଇନାହିଁ । ଯଦି ଆପଣମାନେ ଏହି ପ୍ରସଙ୍ଗକୁ ଉଠାଇବାକୁ ଚାହୁଁଥାନ୍ତି ତ ଆପଣଙ୍କୁ 2008-2016 ମଧ୍ୟର ମୁଦ୍ରାସ୍ଫିତି ଦର ଦେଖବା ଆବଶ୍ୟକ । ଦର ବୃଦ୍ଧି ପ୍ରସଙ୍ଗରେ ଆମ ସରକାର ଉପରେ କେହି ପ୍ରଶ୍ନ ଉଠାଇ ପାରିବେ ନାହିଁ । ଏହା ନିୟନ୍ତ୍ରଣରେ ଅଛି ବୋଲି ସୀତାରମଣ କହିଛନ୍ତି ।
2014 ରୁ ବଢିନାହିଁ ମୁଦ୍ରାସ୍ଫିତି ଦର: ନିର୍ମଳା ସୀତାରମଣ
2014 ପରଠାରୁ ମୁଦ୍ରାସ୍ଫିତି ଦରରେ ବୃଦ୍ଧି ହୋଇନାହିଁ । ଯଦି ଆପଣମାନେ ଏହି ପ୍ରସଙ୍ଗକୁ ଉଠାଇବାକୁ ଚାହୁଁଥାନ୍ତି ତ ଆପଣଙ୍କୁ 2008-2016 ମଧ୍ୟର ମୁଦ୍ରାସ୍ଫିତି ଦର ଦେଖବା ଆବଶ୍ୟକ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ।
କୋଲକାତାରେ ଏକ କାର୍ଯ୍ୟକ୍ରମରେ ଉଦ୍ୟୋଗପତି ଏବଂ କର ବ୍ୟବସାୟୀଙ୍କ ସହ ଆଲୋଚନା କରିବା ପରେ ଗଣମାଧ୍ୟମରେ ସାକ୍ଷାତକାର ଦେଇ ସୀତାରମଣ କହିଛନ୍ତି, ଅର୍ଥବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ । କେନ୍ଦ୍ର ସରକାର ସମସ୍ତ ପ୍ରକାର ଚ୍ୟାଲେଞ୍ଜର ସାମ୍ନା କରିବା ପାଇଁ ପ୍ରସ୍ତୁତ ଥିବା ସେ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଦେଶରେ ଏବେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଛି । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର ୫.୮ ପ୍ରତିଶତରୁ ହ୍ରାସ ପାଇ ୫ ପ୍ରତିଶତରେ ପହଞ୍ଚିଛି। ଯାହାକୁ ନେଇ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କ ଉପରେ ବର୍ଷୁଛନ୍ତି ।