ଗୌହାଟୀ: 2018ରେ ପ୍ରକାଶ ପାଇଥିବା ଜାତୀୟ ନାଗରିକ ପଞ୍ଜିକା(ଏନଆରସି)ର ଚୂଡ଼ାନ୍ତ ତାଲିକାରୁ ପ୍ରାୟ 40 ଲକ୍ଷ ଲୋକ ବାଦ୍ ପଡିଥିଲେ । ଆସନ୍ତାକାଲି ପ୍ରକାଶ ପାଇବାକୁ ଥିବା ଏହି ତାଲିକା ମଧ୍ୟ ଅସମ୍ପୁର୍ଣ୍ଣ ଥିବ ଏବଂ ଅନେକ ଲୋକ ଏଥିରୁ ବଞ୍ଚିତ ହେବେ । ଏହି ତାଲିକାରେ କୌଣସି ସଂଶୋଧନ କରାଯାଇ ନାହିଁ ବୋଲି ଦାବି କରିଛନ୍ତି ଆସାମ ପବ୍ଲିକ ୱାର୍କର ଅଧ୍ୟକ୍ଷ ଅଭିଜିତ ଶର୍ମା ।
1951 ମସିହାର ଏନଆରସି ସୂଚୀକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆଦେବନ କରିଥିବା ଆବେଦନକାରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅଭିଜିତ ଶର୍ମା। ତେବେ ଇଟିଭି ଭାରତର ସ୍ବତନ୍ତ୍ର ସାକ୍ଷାତକାରରେ ସେ କହିଛନ୍ତି, ଆସନ୍ତାକାଲି ପ୍ରକାଶ ପାଇବାକୁ ଥିବା ଏନଆରସି ତାଲିକା ମଧ୍ୟ ଅସମ୍ପୂର୍ଣ୍ଣ ଥିବ । କାରଣ ବର୍ତ୍ତମାନ ସୁପ୍ରିମକୋର୍ଟରେ 2ଟି ମାମଲାର ଶୁଣାଣି ଚାଲିଛି । ଏହି ମାମଲାର ଶୁଣାଣି ଶେଷ ନହେବା ପର୍ଯ୍ୟନ୍ତ ତାଲିକା ଅସମ୍ପୁର୍ଣ୍ଣ ରହିବ ବୋଲି ସେ କହିଛନ୍ତି ।