ନୂଆଦିଲ୍ଲୀ: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ପ୍ରକାଶ ପାଇଛି ରାଷ୍ଟ୍ରୀୟ ନାଗରିକତା ପଞ୍ଜିକାର(ଏନଆରସି) ଚୂଡାନ୍ତ ତଲିକା । ଗୃହମନ୍ତ୍ରଣାଳୟ ଏହି ତାଲିକା ଜାରି କରିଛି । ଯେଉଁଥିରେ 3 କୋଟି 11 ଲକ୍ଷ 21 ହଜାର 4 ଜଣ ଲୋକଙ୍କ ନାମ ସାମିଲ ରହିଛି । ପ୍ରାୟ 19 ଲକ୍ଷ 6 ହଜାର 657 ଲୋକଙ୍କ ନାଁ ଏନଆରସି ତାଲିକାରୁ ବାଦ ପଡିଥିବା ନେଇ ଏନଆରସି ରାଜ୍ୟ ସଂଯୋଜକ ପ୍ରତୀକ ହଜେଲା ସୂଚନା ଦେଇଛନ୍ତି ।
ଏନଆରସି ଚୂଡାନ୍ତ ତାଲିକା ପ୍ରକାଶିତ, 19 ଲକ୍ଷରୁ ଊର୍ଦ୍ଧ୍ବ ବାଦ
ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଶେଷରେ ପ୍ରକାଶିତ ହୋଇଛି ଏନଆରସିର ଚୂଡାନ୍ତ ତାଲିକା । ତାଲିକାରୁ ପ୍ରାୟ 19 ଲକ୍ଷରୁ ଊର୍ଦ୍ଧ୍ବ ଲୋକ ବାଦ ପଡିଛନ୍ତି।
ଫଟୋ ସୌଜନ୍ୟ: ANI
ଏନଆରସି ଚୂଡାନ୍ତ ତାଲିକାରେ ଯେଉଁମାନଙ୍କ ନାମ ନାହିଁ ସେମାନଙ୍କ ପାଖରେ ଏବେ ବି ନାଗରିକତା ପ୍ରମାଣ କରିବାର ବିକଳ୍ପ ରହିଛି । ତାଲିକାରେ ନାମ ନଥିବା ଲୋକଙ୍କୁ 120 ଦିନର ସମୟ ଦିଆଯାଇଛି। ସେମାନେ ଫରେନ ଟ୍ରିବ୍ୟୁନାଲରେ 120 ଦିନ ମଧ୍ୟରେ ଅପିଲ କରିପାରିବେ । ଚୂଡାନ୍ତ ତାଲିକା ପ୍ରକାଶ ପରେ ବ୍ୟକ୍ତିର ନାଗରିକତା ରହିବ କି ନାହିଁ ତାହା ଏହି ଟ୍ରିବ୍ୟୁନାଲ ନିର୍ଣ୍ଣୟ କରିବ।
Last Updated : Aug 31, 2019, 12:48 PM IST