ଓଡିଶା

odisha

ETV Bharat / bharat

ଆସିଲା ଅଯୋଧ୍ୟା ମାମଲାର ଚୂଡାନ୍ତ ରାୟ - Final judegement of Ayodhya verdict

ଆସିଲା ଅଯୋଧ୍ୟା ମାମଲାର ଚୂଡାନ୍ତ ରାୟ। ସୁପ୍ରିମକୋର୍ଟଙ୍କ ରାୟ ପରେ ଜାଣନ୍ତୁ କଣ ରହିଛି ଓକିଲଙ୍କ ପ୍ରତିକ୍ରିୟା।

ଆସିଲା ଅଯୋଧ୍ୟା ମାମଲାର ଚୂଡାନ୍ତ ରାୟ

By

Published : Nov 9, 2019, 11:56 AM IST

Updated : Nov 9, 2019, 12:03 PM IST

ନୂଆଦିଲ୍ଲୀ: ଆସିଲା ଅଯୋଧ୍ୟା ମାମଲାର ଚୂଡାନ୍ତ ରାୟ । ସୁପ୍ରିମକୋର୍ଟଙ୍କ ରାୟ ପରେ ହିନ୍ଦୁ ମହାସଭା ଓକିଲ ବରୁଣ କୁମାର ସିହ୍ନାଙ୍କ ପ୍ରତିକ୍ରିୟା,‘ଏହା ଐତିହାସିକ ରାୟ । ଏହି ରାୟ ମାଧ୍ୟମରେ ସୁପ୍ରିମକୋର୍ଟ ବିବିଧତାରେ ଏକତାର ପରିଚୟ ଦେଇଛନ୍ତି।’

ସେହିପରି ହିନ୍ଦୁ ମହାସଭା ଓକିଲ ବିଷ୍ଣୁ ଶଙ୍କର ଜୈନ କହିଛନ୍ତି,‘ ମୁସଲିମ ପକ୍ଷଙ୍କୁ ଅଯୋଧ୍ୟାର ପ୍ରମୁଖ ସ୍ଥାନରେ 5 ଏକର ଜମି ଦେବାକୁ କହିଛନ୍ତି ସୁପ୍ରିମକୋର୍ଟ।’

ଅନ୍ୟପଟେ ସୁପ୍ରିମକୋର୍ଟଙ୍କ ରାୟକୁ ସମସ୍ତେ ମାନିବା ସହ ଶାନ୍ତି ବଜାୟ ରଖିବାକୁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି । ସେପଟେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସୁପ୍ରିମକୋର୍ଟଙ୍କ ରାୟ ଉପରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି,‘ ସୁପ୍ରିମକୋର୍ଟଙ୍କ ରାୟକୁ ସମସ୍ତେ ସ୍ବାଗତ କରିବା ଉଚିତ୍‌ । ଏହି ମାମଲାରେ ଆଉ କୌଣସି ବିବାଦ ନ କରିବାକୁ ଲୋକଙ୍କୁ ମୋର ଅନୁରୋଧ। ’

ଏହା ଏକ ଐତିହାସିକ ନିର୍ଣ୍ଣୟ । ତେଣୁ ସବୁ ଲୋକ ଶାନ୍ତି ବଜାୟ ରଖନ୍ତୁ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି।

Last Updated : Nov 9, 2019, 12:03 PM IST

ABOUT THE AUTHOR

...view details