ନୂଆଦିଲ୍ଲୀ: ଆଜି(ସୋମବାର)ଠାରୁ କର୍ତାରପୁର କରିଡର ଖୋଲିବାକୁ ପାକିସ୍ତାନ ଘୋଷଣା କରିଛି । ଏଯାବତ ଭାରତ ପଟୁ ଏନେଇ କୌଣସି ଚୂଡାନ୍ତ ହୋଇନାହିଁ । ଶିରୋମଣି ଗୁରୁଦ୍ବାରା ପ୍ରବନ୍ଧକ କମିଟିର ମୁଖ୍ୟ ସଚିବ ଡ.ରୁପ ସିଂ କହିଛନ୍ତି କୋରିଡର ଖୋଲିବାର ଶେଷ ନିଷ୍ପତ୍ତି କେନ୍ଦ୍ର ସରକାରଙ୍କ ଉପରେ ନିର୍ଭର କରେ ।
ସେ କହିଛନ୍ତି, କର୍ତାରପୁର କରିଡର ନିଶ୍ଚୟ ଖୋଲିବା ଜରୁରୀ । ଶିରୋମଣି ଗୁରୁଦ୍ବାରା ପ୍ରବନ୍ଧକ କମିଟି ମଧ୍ୟ ଚାହେଁ ତୁରନ୍ତ ଏହି କରିଡରକୁ ପୁନଃ ଖୋଲାଯାଉ । କିନ୍ତୁ ଏହାର ସମ୍ପୂର୍ଣ୍ଣ ନିଷ୍ପତ୍ତି କେନ୍ଦ୍ର ଉପରେ ନିର୍ଭର କରେ ବୋଲି ଡ.ସିଂହ କହିଛନ୍ତି ।