ନୂଆଦିଲ୍ଲୀ: ଖୁବ ଶୀଘ୍ର ଭାରତୀୟ ଭାଷାରେ ସରକାରଙ୍କୁ ଲୋକେ ଅଭିଯୋଗ କରିପାରିବେ । କେନ୍ଦ୍ର ସରକାରର ସମସ୍ତ ବିଭାଗ ପାଇଁ ଏହି ସୁବିଧା ଉପଲବ୍ଧ ହେବ । କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଫେସବୁକ ଲାଇଭ କରି ଏହି ସୂଚନା ଦେଇଛନ୍ତି । ପ୍ରଥମ ଥର କୌଣସି ସରକାରୀ ଘୋଷଣା ଫେସବୁକ ଲାଇଭ ଜରିଆରେ କରାଯାଇଛି ।
ଭାରତୀୟ ଭାଷାରେ ସରକାରଙ୍କୁ ଅଭିଯୋଗ ଜଣାଇବେ ଜନତା - central government departments in Indian languages
ଖୁବ ଶୀଘ୍ର ଭାରତୀୟ ଭାଷାରେ ସରକାରଙ୍କୁ ଲୋକେ ଅଭିଯୋଗ କରିପାରିବେ । କେନ୍ଦ୍ର ସରକାରର ସମସ୍ତ ବିଭାଗ ପାଇଁ ଏହି ସୁବିଧା ଉପଲବ୍ଧ ହେବ । କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଫେସବୁକ ଲାଇଭ କରି ଏହି ସୂଚନା ଦେଇଛନ୍ତି । ଆଗକୁ ପଢନ୍ତୁ...
ଭାରତୀୟ ଭାଷାରେ ସରକାରଙ୍କୁ ଅଭିଯୋଗ
ସେ କହିଛନ୍ତି, ସରକାର ଦେଶର ଅନ୍ତିମ ନାଗରିକ ପର୍ଯ୍ୟନ୍ତ ପହଞ୍ଚିବାକୁ ଚାହୁଁଛନ୍ତି । ପ୍ରତ୍ୟେକ ବ୍ୟକ୍ତି ସରକାରଙ୍କ କାର୍ଯ୍ୟରେ ଜଡିତ ରହୁ ଓ ନିଜ ସମସ୍ୟା ଉପସ୍ଥାପନା କରୁ ବୋଲି ସେ କହିଛନ୍ତି ।
ଏହି କାରଣରୁ ସମସ୍ତ ଅଭିଯୋଗକୁ ଭାରତୀୟ ଭାଷାରେ କେନ୍ଦ୍ରର ଲୋକ ଅଭିଯୋଗ ନିବାରଣ ଓ ମନିଟରିଂ ପ୍ରଣାଳୀ ପୋର୍ଟାଲରେ ସ୍ଥାନ ଦିଆଯିବ । ଅନେକ ରାଜ୍ୟର ଆଞ୍ଚଳିକ ଭାଷାକୁ ମଧ୍ୟ ଏଥିରେ ଗୁରୁତ୍ବ ଦିଆଯିବ ।