ସନ୍ଥକବୀର ନଗର: ସାଂସଦ ଭୁଲିଗଲେ ହିତାହତ ଜ୍ଞାନ । ସଭାମଝିରେ ବଳ କଷାକଷି ହେଲେ ବିଜେପିର ଦୁଇ ନେତା । ପରିସ୍ଥିତି ଏପରି ହୋଇଥିଲା ଯେ, ବିଧାୟକଙ୍କୁ ଜୋତାରେ ମାରିଛନ୍ତି ସାଂସଦ । ଏହାର ପ୍ରତିଜବାବରେ ବିଧାୟକ ଜଣକ ମଧ୍ୟ ସାଂସଦଙ୍କୁ ଏକ ଶକ୍ତ ଚାପୁଡା ମାରିଛନ୍ତି । ଏପରି ଏକ ଲଜ୍ଜାଜନକ ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶ ସନ୍ଥକବୀର ନଗର ସ୍ଥିତ ଜିଲ୍ଲାପାଳଙ୍କ ସଭାଗୃହରେ ।
ସଭାମଝିରେ ବିଧାୟକଙ୍କୁ ଜୋତାରେ ପିଟିଲେ ବିଜେପି ସାଂସଦ - sharad tripathi
ବିଜେପି ସାଂସଦ ଶରଦ ତ୍ରିପାଠୀଙ୍କ ଜୋତା ମାଡ ଖାଇଛନ୍ତି ବିଧାୟକ ରାକେଶ ସିଂ ବାଘେଲା । ସାଂସଦ ଜଣକ କ୍ରମାଗତ ବିଧାୟକ ଜଣକଙ୍କୁ ଚପଲରେ ପିଟୁଥିବା ଦେଖିବାକୁ ମିଳିଛି । ଥରେ ଦୁଇ ଥର ନୁହେଁ କ୍ରମାଗତ ୭ଥର ସାଂସଦ ଜଣକ ବିଧାୟକଙ୍କୁ ଚପଲରେ ପିଟିଛନ୍ତି । ଜବାବରେ ବିଧାୟକ ରାକେଶ ସିଂ ବାଘେଲ ମଧ୍ୟ ସାଂସଦଙ୍କୁ ଚାପୁଡା ମାରିଛନ୍ତି ।
![ସଭାମଝିରେ ବିଧାୟକଙ୍କୁ ଜୋତାରେ ପିଟିଲେ ବିଜେପି ସାଂସଦ](https://etvbharatimages.akamaized.net/etvbharat/images/768-512-2623558-353-ccd4ec6d-6980-4900-9b33-fc35836e721a.jpg)
ଫାଇଲ ଫଟୋ
ଫାଇଲ ଭିଡିଓ
ସମିତି ବୈଠକରେ ବିଜେପି ପ୍ରଭାରୀ ମନ୍ତ୍ରୀ, ଜିଲ୍ଲା ଅଧିକାରୀଙ୍କ ସହ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିବା ସମୟରେ ଘଟଣାଟି ଘଟିଛି । ଶିଳାନ୍ୟାସ ପଥରରେ ନାମ ନ ରହିବାରୁ ବିଧାୟକ ଓ ସାଂସଦଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା ବୋଲି ଜଣାପଡିଛି । ପରେ ମାମଲା ଏତେ ଆଗକୁ ବଢିଥିଲା ଯେ ସେଠାରେ ଥିବା ନେତା ଓ ପ୍ରସାଶନିକ ଅଧିକାରୀ ମଧ୍ୟ ସ୍ଥିତି ସମ୍ଭାଳି ପାରିନଥିଲେ ।