ବେଙ୍ଗାଲୁରୁ: କର୍ଣ୍ଣାଟକରେ କୋରୋନା ଭାଇରସରେ ପଞ୍ଚମ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଏହାସହ କୋରୋନା ପଜିଟିଭ ମାମଲା 181 କୁ ବୃଦ୍ଧି ପାଇଛି । ବୁଧବାର ଜଣେ ସ୍ବାସ୍ଥ୍ୟ ଅଧିକାରୀ ଏହି ସୂଚନା ଦେଇଛନ୍ତି । ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି, ‘ଏପର୍ଯ୍ୟନ୍ତ କୋରୋନା ଭାଇରସରେ 181ଟି ପଜିଟିଭ ମାମଲା ନିଶ୍ଚିତ ହୋଇଛି । ଏଥିରେ 28 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
କୋରୋନାରେ କର୍ଣ୍ଣାଟକର ପଞ୍ଚମ ବ୍ୟକ୍ତିଙ୍କ ମୃତ୍ୟୁ, ସଂକ୍ରମିତଙ୍କ ସଂଖ୍ୟା 181 - positive case 181 in Karnataka
କର୍ଣ୍ଣାଟକରେ କୋରୋନା ଭାଇରସରେ ପଞ୍ଚମ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବା ସହ କୋରୋନା ପଜିଟିଭ ମାମଲା 181କୁ ବୃଦ୍ଧି ପାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କର୍ଣ୍ଣାଟକରେ କୋରୋନାରେ ପଞ୍ଚମ ବ୍ୟକ୍ତିଙ୍କ ମୃତ୍ୟୁ
ସେପଟେ ଉକ୍ତ ପଞ୍ଚମ ବ୍ୟକ୍ତିଙ୍କ ମୃତ୍ୟୁ ବିଷୟରେ ଅଧିକ ସୂଚନା ପାଇବା ପାଇଁ କର୍ତ୍ତୃପକ୍ଷଙ୍କୁ ଅପେକ୍ଷା କରାଯାଇଛି । ବୁଧବାର 6ଟି ନୂତନ କୋରୋନା ଭାଇରସ୍ ପଜିଟିଭ୍ ମାମଲା ଆସିଛି । ଯେଉଁଥିରେ ଦୁଇ ଜଣଙ୍କ ମାମଲା ଗୁରୁତର ରହିଛି । ସେମାନଙ୍କର ନିଶ୍ବାସ ନେବାରେ ଅତ୍ୟଧିକ ଅସୁବିଧା ହୋଇଥିଲା ।
@IANS