ଓଡିଶା

odisha

ETV Bharat / bharat

ଝାଡଖଣ୍ଡରେ ଆଜି ଅନ୍ତିମ ପର୍ଯ୍ୟାୟ ନିର୍ବାଚନ, 16ଟି ଆସନରେ ମତଦାନ ଆରମ୍ଭ - ଝାଡଖଣ୍ଡରେ ଆଜି ପଞ୍ଚମ ପର୍ଯ୍ୟାୟ ନିର୍ବାଚନ

ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ଭୋଟଗ୍ରହଣ ଅନୁଷ୍ଠିତ ହେଉଛି। ରାଜ୍ୟର 16ଟି ବିଧାନସଭା ଆସନରେ ସକାଳ 7ରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି।

ranchi
ଝାଡଖଣ୍ଡରେ ଆଜି ପଞ୍ଚମ ପର୍ଯ୍ୟାୟ ନିର୍ବାଚନ

By

Published : Dec 20, 2019, 8:06 AM IST

ରାଞ୍ଚି: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ ଅନୁଷ୍ଠିତ ହେଉଛି। ଏଥିପାଇଁ 16ଟି ବିଧାନସଭା ଆସନରେ ସକାଳ 7ରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି ।

ସାହେବଗଞ୍ଜ, ପାକୁର, ଡୁମକା, ଜାମତାରା, ଦେଓଘର, ଗୋଡା ସମେତ ନକ୍ସଲ ପ୍ରଭାବିତ ବାରିଓ, ବାରହେଟ, ଲିଟିପରା, ମହେଶପୁର ଓ ଶିକାରୀପଡା ଆଦି ଆସନରେ ନିର୍ବାଚନ ଅନୁଷ୍ଠିତ ହେଉଛି। ନକ୍ସଲ ପ୍ରଭାବିତ ଆସନରେ ସକାଳ 7ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହେବ। ସେହିପରି ଅନ୍ୟ 11ଟି ଆସନରେ ସନ୍ଧ୍ୟା 5 ପର୍ଯ୍ୟନ୍ତ ଭୋଟଦାନ ହେବ।

ଝାଡଖଣ୍ଡରେ ଆଜି ପଞ୍ଚମ ପର୍ଯ୍ୟାୟ ନିର୍ବାଚନ

ଅନ୍ତିମ ପର୍ଯ୍ୟାୟରେ ମୋଟ 236 ଜଣ ପ୍ରାର୍ଥୀ ନିର୍ବାଚନ ମୈଦାନରେ ଅବତୀର୍ଣ୍ଣ ହୋଇଛନ୍ତି। ଏଥିରେ 29 ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ମୋଟ 40ଲକ୍ଷ 5ହଜାର 2ଶହ 87 ଜଣ ଭୋଟର ନିର୍ବାଚନରେ ମତଦାନ କରିବେ। ଶାନ୍ତିଶୃଙ୍ଖଳା ପାଇଁ ବିଭିନ୍ନ ସ୍ଥାନରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ABOUT THE AUTHOR

...view details