ଓଡିଶା

odisha

ETV Bharat / bharat

ଭାଇଜାଗ କେମିକାଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ: ଜଣେ ମୃତ, ନିଆଁ ଲିଭା କାର୍ଯ୍ୟରେ 12 ଦମକଳ ବାହିନୀ ନିୟୋଜିତ

ଆନ୍ଧ୍ରପ୍ରଦେଶ ଭାଇଜାଗ ଜିଲ୍ଲାର ଏକ କେମିକାଲ କମ୍ପାନୀରେ ଏହି ଅଗ୍ନିକାଣ୍ଡ ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗର 12 ଟି ଗାଡି ଘଟଣାସ୍ଥଳରେ ପହଞ୍ଚିଛି। ଆହତ ଲୋକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

By

Published : Jul 14, 2020, 6:56 AM IST

Updated : Jul 14, 2020, 9:48 AM IST

ଭାଇଜାଗ କେମିକାଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ, ଘଟଣାସ୍ଥଳରେ 12 ଦମକଳ ବାହିନୀ
ଭାଇଜାଗ କେମିକାଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ, ଘଟଣାସ୍ଥଳରେ 12 ଦମକଳ ବାହିନୀ

ଅମରାବତୀ: ଭୟାବହ ଅଗ୍ନିକାଣ୍ଡ। ଆନ୍ଧ୍ରପ୍ରଦେଶ ଭାଇଜାଗ ଜିଲ୍ଲାର ଏକ କେମିକାଲ କମ୍ପାନୀରେ ଏହି ଅଗ୍ନିକାଣ୍ଡ ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି । ନିଆଁ ପ୍ରଖରତା ଅତ୍ୟଧିକ ଥିବାରୁ ନିକଟରେ ରହୁଥିବା ଲୋକମାନେ ଏହାର ପ୍ରଚଣ୍ଡ ବିସ୍ଫୋରଣ ଶୁଣିଥିଲେ ଏବଂ ଅନେକ ଲୋକ ଆହତ ହୋଇଛନ୍ତି। ଅଗ୍ନିକାଣ୍ଡରେ ଗୁରୁତର ଲୋକଙ୍କୁ ଗାଜୁବାକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହା ବ୍ୟତୀତ ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ମଧ୍ୟ ଚାଲିଛି।

ଅଗ୍ନିଶମ ବାହିନୀ ବ୍ୟତୀତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିଳମ୍ବ ନକରି ଆହତମାନଙ୍କୁ ଡାକ୍ତରଖାନାକୁ ପଠାଇବା ପାଇଁ କାର୍ଯ୍ୟ ଚାଲିଛି। ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗର 12ଟି ଗାଡି ଘଟଣାସ୍ଥଳରେ ପହଞ୍ଚିଛି। ବିସ୍ଫୋରଣ ଓ ନିଆଁ ଦେଖିବା ପରେ ସ୍ଥାନୀୟ ଲୋକମାନେ ଘରୁ ବାହାରି ଆସିଥିଲେ।

ଭାଇଜାଗ କେମିକାଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ; ଜଣେ ମୃତ, ନିଆଁ ଲିଭା କାର୍ଯ୍ୟରେ 12 ଦମକଳ ବାହିନୀ ନିୟୋଜିତ

ତେବେ ସୂଚନା ଅନୁସାରେ, ଘଟଣା ସମୟରେ ୟୁନିଟ୍ ଭିତରେ କେବଳ 4 ଜଣ ଉପସ୍ଥିତ ଥିଲେ । ସେଥିମଧ୍ୟରୁ ଜଣଙ୍କର ଅବସ୍ଥା ସଂକଟାପନ୍ନ ଥିବାବେଳେ 3 ଜଣ ଆହତ ହୋଇଥିଲେ । ଗୁରୁତର ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଅନ୍ୟପଟେ ଅଗ୍ନିଶମ ବାହିନୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି।

ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସ୍ଥାନୀୟ ଇନ୍ସପେକ୍ଟର, ଏସିପି ଏବଂ ଡିସିପି ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବାକୁ ଚେଷ୍ଟା କରୁଛନ୍ତି।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । କିଛି ମାସ ପୂର୍ବେ ଏଲଜି ପଲିମର ପ୍ଲାଣ୍ଟରେ ଗ୍ୟାସ ଲିକ୍‌ ହୋଇଥିବାବେଳେ ଏବେ ଏଘଟଣା ସମସ୍ତଙ୍କୁ ଅଜଣା ଭୟ ଭିତରକୁ ଠେଲି ଦେଇଛି ।

ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନଥିବାବେଳେ ଏହା ସୋମବାର ରାତି 10.35ରେ ଘଟିଥିବା କୁହାଯାଉଛି । କାରଣ ଠିକ୍‌ ଏହି ସମୟରେ ହିଁ ସ୍ଥାନୀୟ ଲୋକ କିଛି ବଡଧରଣର ଶବ୍ଦ ଶୁଣିଥିଲେ । ଯାହା ସେମାନଙ୍କୁ ଆତଙ୍କିତ କରିଥିଲା ।

ଅନ୍ୟପଟେ ପ୍ରଥମେ ମେ 7 ତାରିଖରେ ଏଲଜି ପଲିମର ପ୍ଲାଣ୍ଟରେ ଗ୍ୟାସ ଲିକ୍‌ ପରେ ଜୁନ୍‌ 29 ତାରିଖରେ ସାଇନର ଲାଇଫ୍‌ ସାଇନ୍ସ ପ୍ରାଇଭେଟ୍‌ ଲିମିଟେଡରେ ଗ୍ୟାସ୍‌ ଲିକ୍‌ ଓ ଏବେ ଏହି ଅଗ୍ନିକାଣ୍ଡ ସମସ୍ତଙ୍କୁ ଆତଙ୍କିତ କରିଛି ।

ସୂଚନା ଅନୁସାରେ, ଜୁନ୍‌ 29 ଗ୍ୟାସ ଲିକ୍‌ ଘଟଣାରେ 2 ଜଣଙ୍କର ମୃତ୍ୟୁ ଘଟିଥିଲା । ଯେତେବେଳେକି ମେ 7 ଏଲଜି ପଲିମର ପ୍ଲାଣ୍ଟ ଗ୍ୟାସ ଲିକ୍‌ରେ 15 ଜଣଙ୍କ ମୃତ୍ୟୁ ଘଟିବା ସହ 500ରୁ ଅଧିକ ଲୋକ ଅସୁସ୍ଥ ହୋଇଥିଲେ ।

ଆସନ୍ତୁ ନଜର ପକାଇବା 2020ର କିଛି ବଡ କାରଖାନା ଦୁର୍ଘଟଣା ଉପରେ...

ବିଶାଖାପାଟଣାର ଏଲଜି ପଲିମର ଗ୍ୟାସ ଲିକ୍‌

ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଥିବା ଏଲଜି ପଲିମର୍ସରେ ମେ 7 ତାରିଖରେ ଗ୍ୟାସ ଲିକ୍‌ ହେବା ଫଳରେ 15 ଜଣଙ୍କ ମୃତ୍ୟୁ ଘଟିଥିଲା । ଯେଉଁଥିରେ 500ରୁ ଅଧିକ ଲୋକ ଅସୁସ୍ଥ ହୋଇଥିଲେ । ଘଟଣାକୁ ନେଇ ତଦନ୍ତ ହେବା ସହ 12 ଜଣଙ୍କୁ ଘଟଣାରେ ଦାୟୀ କରାଯାଇ ଗିରଫ କରାଯାଇଛି ।

ଛତିଶଗଡର ଶକ୍ତି ପେପର ମିଲ ଦୁର୍ଘଟଣା

କେବଳ ଆନ୍ଧ୍ରପ୍ରଦେଶ ନୁହେଁ ମେ ମାସରେ ଛତିଶଗଡର ଶକ୍ତି ପେପର ମିଲରେ ମଧ୍ୟ ଏକ ଦୁର୍ଘଟଣା ହୋଇଥିଲା । ବିଷାକ୍ତ ଗ୍ୟାସ ସଂସ୍ପର୍ଶରେ ଆସି 7 ଜଣ କର୍ମଚାରୀ ଗୁରୁତର ଅସୁସ୍ଥ ହୋଇଥିଲେ ।

ସାଇନର ଲାଇଫ୍‌ ସାଇନ୍ସ ପ୍ରାଇଭେଟ୍‌ ଲିମିଟେଡରେ ଗ୍ୟାସ୍‌ ଲିକ୍‌

ଜୁନ୍‌ 29 ତାରିଖରେ ସାଇନର ଲାଇଫ୍‌ ସାଇନ୍ସ ପ୍ରାଇଭେଟ୍‌ ଲିମିଟେଡରେ ଗ୍ୟାସ୍‌ ଲିକ୍‌ ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା । 4 ଜଣ ଆହତ ହୋଇଥିଲେ ।

ତାମିଲନାଡୁର ଏନଏଲସି ଇଣ୍ଡିଆ ଲିମିଟେଡ୍‌ ଦୁର୍ଘଟଣା

ଏନଏଲସି ଇଣ୍ଡିଆ ଲିମିଟେଡ୍‌ରେ ଜୁଲାଇ 1ତାରିଖରେ ଏକ ବିସ୍ଫୋରଣ ଘଟିଥିଲା । ଯେଉଁଥିରେ 6 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ 17 ଜଣ ଆହତ ହୋଇଥିଲେ । ପ୍ଲାଣ୍ଟର ଷ୍ଟେଜ-2ସ୍ଥିତ ବଏଲରରେ ଏହି ବିସ୍ଫୋରଣ ଘଟିଥିବା ଜଣାପଡିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 14, 2020, 9:48 AM IST

ABOUT THE AUTHOR

...view details