ନୂଆଦିଲ୍ଲୀ: ସାର୍ବଜନୀନ ସ୍ବାସ୍ଥ୍ୟ ସେବାର ଭିତ୍ତିଭୂମି ସୁଦୃଢ ପାଇଁ ଅର୍ଥମନ୍ତ୍ରୀ କରିଥିବା ଘୋଷଣାକୁ ସ୍ବାଗତ କରିଛି ଫିକ୍କି । ତେବେ କୋରୋନା ମହାମାରୀ ମଧ୍ୟରେ ସ୍ବାସ୍ଥ୍ୟ ସେବା ପାଇଁ ଖର୍ଚ୍ଚକୁ ମୋଟ ଘରୋଇ ଉତ୍ପାଦ(ଜିଡିପି)ର ସର୍ବନିମ୍ନ ଅଢେଇ ପ୍ରତିଶତ ବଢାଇବା ଦରକାର ରହିଛି ବୋଲି ଫିକି କହିଛି ।
ଫିକ୍କି ସ୍ବାସ୍ଥ୍ୟ ସେବା ସମିତିର ଅଧ୍ୟକ୍ଷ ଡ. ଅଲୋକ ରାୟ କହିଛନ୍ତି ଯେ, ସରକାରଙ୍କ ଦ୍ବାରା ଘୋଷିତ ‘ଆତ୍ମନିର୍ଭର ଭାରତ’ ଅଭିଯାନର ସଫଳ ପାଇଁ ଶୀଘ୍ର ଏହି ଘୋଷଣାକୁ କାର୍ଯ୍ୟକାରୀ କରିବା ଦରକାର । ଯେପରି ଆସନ୍ତା 3ରୁ 5 ବର୍ଷ ମଧ୍ୟରେ ଏହାର ଫାଇଦା ଦେଖିବାକୁ ମିଳିବ ।
ସ୍ବାସ୍ଥ୍ୟ ସେବା ପାଇଁ ସରକାରୀ ଖର୍ଚ୍ଚରେ ଜିଡିପିର ସର୍ବନିମ୍ନ 2.5 ପ୍ରତିଶତ ବୃଦ୍ଧି ନେି ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ନୀତି 2017ରେ କୁହାଯାଇଥିଲା ।