ଓଡିଶା

odisha

ETV Bharat / bharat

ଭାରତରେ ସାମସଙ୍ଗ ଲଞ୍ଚ କଲା ସ୍ମାର୍ଟ ଟିଭି ସିରିଜ, ଜାଣନ୍ତୁ କଣ ରହିଛି ଫିଚର - ସାମସଙ୍ଗର 2020 ସ୍ମାର୍ଟ ଟିଭି ଲାଇନ ଅପ

ଭାରତରେ ଲଞ୍ଚ ହେଲା ସାମସଙ୍ଗର 2020 ସ୍ମାର୍ଟ ଟିଭି ସିରିଜ । ଏଥିରେ ନୂଆ କ୍ରିଷ୍ଟାଲ 4K UHD ଏବଂ ଅନ ବକ୍ସ ମ୍ୟାଜିକ୍ 3.0 ସିରିଜ ରହିଛି । ଅଧିକ ପଢନ୍ତୁ...

ଭାରତରେ ସାମସଙ୍ଗ ଲଞ୍ଚ କଲା ସ୍ମାର୍ଟ ଟିଭି ସିରିଜ
ଭାରତରେ ସାମସଙ୍ଗ ଲଞ୍ଚ କଲା ସ୍ମାର୍ଟ ଟିଭି ସିରିଜ

By

Published : Jul 10, 2020, 5:49 PM IST

ନୂଆଦିଲ୍ଲୀ: ଭାରତରେ ନୂତନ କ୍ରିଷ୍ଟାଲ 4K UHD ଏବଂ ଅନ ବକ୍ସ ମ୍ୟାଜିକ୍ 3.0 ସିରିଜ୍ ସହିତ ସାମସଙ୍ଗ ଏହାର 2020 ସ୍ମାର୍ଟ ଟିଭି ଲାଇନ ଅପ୍‌ ଲଞ୍ଚ କରିଛି । 2020 ସ୍ମାର୍ଟ ଟିଭି ଲାଇନ- ଅପ ଲଞ୍ଚ ବିଷୟରେ ଟ୍ୱିଟ କରି ଜଣାଇଛି ସାମସଙ୍ଗ ।

କ୍ରିଷ୍ଟାଲ 4K UHD ଟିଭି ଡୁଆଲ ଏଲଇଡି ଏବଂ ମଲ୍ଟି ଭ୍ୟୁ ଟେକ୍ନୋଲୋଜି ରହିଛି । ସାମସଙ୍ଗ 2020 ସ୍ମାର୍ଟ ଟିଭି ସିରିଜର କିଛି ଫିଚର ବିଷୟରେ ଜାଣନ୍ତୁ: -

ଭାରତରେ ସାମସଙ୍ଗ ଲଞ୍ଚ କଲା ସ୍ମାର୍ଟ ଟିଭି ସିରିଜ
ଭାରତରେ ସାମସଙ୍ଗ ଲଞ୍ଚ କଲା ସ୍ମାର୍ଟ ଟିଭି ସିରିଜ

ନୂଆ ମଡେଲ ସହ ଆସିଥିବା ଏହି ସାମସଙ୍ଗର ଗୋଟିଏ ରିମୋଟ ମିଳିବ । ଯାହା ନେଟଫ୍ଲିକ୍ସ, ଆମାଜନ ପ୍ରାଇମ ଭିଡିଓ ଏବଂ ZEE5 ପରି ଲୋକପ୍ରିୟ OTT ପ୍ଲାଟଫର୍ମରେ ସ୍ବତନ୍ତ୍ର ସ୍ପେର୍ଟ୍ସ କି ରହିଛି ।

43 ଇଞ୍ଚର ସଂସ୍କରଣରେ କ୍ରିଷ୍ଟାଲ 4K UHD ଟିଭି ରେଞ୍ଜର ମୂଲ୍ୟ 44,400 ଟଙ୍କା ରହିଛି । 50 ଇଞ୍ଚ ପାଇଁ 60,900 ଟଙ୍କା ରହିଛି । 55 ଇଞ୍ଚ ଟିଭି ପାଇଁ 67,900 ଟଙ୍କା ରହିବା ସହ 65 ଇଞ୍ଚ ପାଇଁ 1,32,900 ଟଙ୍କା । 2,37,900 ଟଙ୍କାରେ 75 ଇଞ୍ଚ ମଡେଲର ଟିଭି ସାମସଙ୍ଗ ଖୁଚୁରା ପାର୍ଟିନର ଷ୍ଟୋରଗୁଡିକରେ ଉପଲବ୍ଧ ରହିଛି ।

ସାମସଙ୍ଗ ଇଣ୍ଡିଆର ବରିଷ୍ଠ ଉପସଭାପତି ରାଜୁ ପୁଲାନ୍ କହିଛନ୍ତି, “ଆମେ ନିଶ୍ଚିତ ଯେ କ୍ରିଷ୍ଟାଲ୍ 4K UHD ଟିଭିର ନୂଆ ଲାଇନ ଏହି ବିଭାଗରେ ଆମର ବଜାର ନେତୃତ୍ୱକୁ ଆହୁରି ମଜବୁତ କରିବ।’’

20,900 ଟଙ୍କାରୁ 41,900 ଟଙ୍କା ପର୍ଯ୍ୟନ୍ତ ଅନ ବକ୍ସ ମ୍ୟାଜିକ 3.0 ରେଞ୍ଜର ଉପଲବ୍ଧ ରହିଛି। ଏହା ଦୁଇଟି ସ୍କ୍ରିନ ଆକାରରେ ଉପଲବ୍ଧ ହେବ 32 ଇଞ୍ଚ ଏବଂ 43 ଇଞ୍ଚ ।

ଗ୍ରାହକମାନେ 'ମୋ ସାମସଙ୍ଗ ମୋ EMI' ଅଫର ମଧ୍ୟ ପାଇପାରିବେ, ଯେଉଁଥିରେ 32 ଇଞ୍ଚ ସ୍ମାର୍ଟ ଟିଭି ପାଇଁ 990 ଟଙ୍କା, 43 ଇଞ୍ଚ ସ୍ମାର୍ଟ ଟିଭି ପାଇଁ 1,190 ଟଙ୍କା ଏବଂ 49 ଇଞ୍ଚ ଏବଂ ଅଧିକ ସ୍ମାର୍ଟ ଟିଭି ମଡେଲ ପାଇଁ 1,990 ଟଙ୍କା ମିଳିବ।

ଏହା ବ୍ୟତୀତ ସମସ୍ତ ମଡେଲରେ HDFC ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଫେଡେରାଲ ବ୍ୟାଙ୍କ, ଏସବିଆଇ କାର୍ଡରେ 10 ପ୍ରତିଶତ ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ଉପଲବ୍ଧ ବୋଲି କମ୍ପାନୀ କହିଛି।

ସ୍ମାର୍ଟ ଟିଭିର ନୂଆ ସଂସ୍କରଣରେ ଦୁଇ ବର୍ଷର ୱାରେଣ୍ଟି ମିଳିବ । ଗୋଟିଏ ବର୍ଷ ଷ୍ଟାଣ୍ଡାର୍ଡ ୱାରେଣ୍ଟି ଏବଂ ପ୍ୟାନେଲରେ ଏକ ବର୍ଷର ବର୍ଦ୍ଧିତ ୱାରେଣ୍ଟି ।

ABOUT THE AUTHOR

...view details