ଓଡିଶା

odisha

ETV Bharat / bharat

ETV BHARAT EXCLUSIVE: ଅବସରପ୍ରାପ୍ତ ସେନାଧିକାରୀ ଡି ଏସ ହୁଡାଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର

ଇଟିଭି ଭାରତର ସହ ସ୍ବତନ୍ତ୍ର ସାକ୍ଷାତକାରରେ ଯୋଗ ଦେଇ ଜେନେରାଲ ହୁଡା ଅର୍ଥ ମନ୍ତ୍ରଣାଳୟ ଦ୍ବାରା ହୋଇଥିବା ବିଭିନ୍ନ ପ୍ରତିରକ୍ଷା ବିଭାଗ ପାଇଁ ଘୋଷଣାକୁ ବିଶ୍ଲେଷଣ କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି କି ବର୍ତ୍ତମାନ ନିଆଯାଇଥିବା ନିଷ୍ପତ୍ତି ପ୍ରତିରକ୍ଷା ସାମଗ୍ରୀ ପ୍ରସ୍ତୁତି କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସ୍ଥାପନ କରିବ ।

By

Published : May 16, 2020, 8:38 PM IST

DS Hooda, FDI, ଏଫଡିଆଇ, ଡି ଏସ ହୁଡା
ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ଡି ଏସ ହୁଡାଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର

ହାଇଦ୍ରାବାଦ: ପ୍ରତିରକ୍ଷା କ୍ଷେତ୍ରରେ ଅସ୍ପଷ୍ଟତା ଯୋଗୁଁ ଅର୍ଡିନାନ୍ସ ଫ୍ୟାକ୍ଟ୍ରି ବୋର୍ଡ(ଏଫଡିଆଇ)କୁ ଅର୍ଥ ମନ୍ତ୍ରଣାଳୟ ଏକ ସ୍ବତନ୍ତ୍ର କମ୍ପାନୀ ବା ସ୍ବତନ୍ତ୍ରତାର ଆଖ୍ୟା ଦେଇଛି । ଏନେଇ ସୂଚନା ଦେଇଛନ୍ତି ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ଡି ଏସ ହୁଡା । ଲକଡାଉନ ସମୟରେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ଆର୍ଥିକ ପ୍ୟାକେଜର ଚତୁର୍ଥ କିସ୍ତି ଘୋଷଣା କରିବା ସମୟରେ ଅର୍ଥ ମନ୍ତ୍ରଣାଳୟ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଥିଲା । ଯେମିତିକି ଭାରତରେ ପ୍ରସ୍ତୁତ ହୋଇପାରୁଥିବା ପ୍ରତିରକ୍ଷା ସାମଗ୍ରୀର ବାହାର ଦେଶରୁ ଆମଦାନୀ ଉପରେ ରୋକ ଲଗାଯାଇଛି । ସେହିପରି ଏମଆରଓ ଗୁଡିକର ସମ୍ମିଶ୍ରଣ ଓ ଏଫଡିଆଇକୁ 49 ପ୍ରତିଶତରୁ 75 ପ୍ରତିଶତକୁ ବୃଦ୍ଧି ମଧ୍ୟ କରାଯାଇଛି ।

ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ଡି ଏସ ହୁଡାଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର

ଏନେଇ ଇଟିଭି ଭାରତ ସହ ସ୍ବତନ୍ତ୍ର ସାକ୍ଷାତକାରରେ ଯୋଗ ଦେଇ ଜେନେରାଲ ହୁଡା ଅର୍ଥ ମନ୍ତ୍ରଣାଳୟ ଦ୍ବାରା ହୋଇଥିବା ବିଭିନ୍ନ ପ୍ରତିରକ୍ଷା ବିଭାଗ ପାଇଁ ଘୋଷଣାକୁ ବିଶ୍ଲେଷଣ କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି କି ବର୍ତ୍ତମାନ ନିଆଯାଇଥିବା ନିଷ୍ପତ୍ତି ପ୍ରତିରକ୍ଷା ସାମଗ୍ରୀ ପ୍ରସ୍ତୁତି କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସ୍ଥାପନ କରିବ । ଏଥିସହ ଏହା ପ୍ରତିରକ୍ଷା ବିଭାଗକୁ ମଜଭୂତ କରିବାରେ ମଧ୍ୟ ସାହାଯ୍ୟ କରିବ । ପୂର୍ବରୁ ଏପରି ନିଷ୍ପତ୍ତି ନିଆଯାଇନଥିବାରୁ ଭାରତ ଅନ୍ୟ ଦେଶ ଉପରେ ଶକ୍ତିଶାଳୀ ଯୁଦ୍ଧ ସାମଗ୍ରୀ ପାଇଁ ନିର୍ଭରଶୀଳ ରହୁଥିଲା । ହେଲେ ଏବେ ଭାରତ ନିଜେ ସ୍ବାବଲମ୍ବୀ ହୋଇ ନିଜ ପାଇଁ ନିଜେ ଯୁଦ୍ଧ ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ନୂଆ ସ୍ତର ସୃଷ୍ଟି କରିବ ଏବଂ ଏଥିରେ ସଫଳ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details