ଓଡିଶା

odisha

ETV Bharat / bharat

ପବଜୀ ଖେଳାଳୀଙ୍କ ପାଇଁ ଆସିଲା ଫୌଜୀ ଗେମ୍ ଆପ୍ - Indian rival to PUBG Mobile announced

ଦେଶରେ ପବଜୀ ମୋବାଇଲ୍ ଆପ୍ ବ୍ୟାନ ହେବାର ଦୁଇ ଦିନ ମଧ୍ୟରେ ଆସିଲା ଏହାର ବିକଳ୍ପ । ଏବେ ପବଜୀ ଖେଳାଳୀଙ୍କୁ ମଜା ଦେବ ଫୌଜୀ ଗେମ ଆପ୍ । ଏହି ଆପ୍ ଅକ୍ଟୋବର ଶେଷ ସୁଦ୍ଧା ଲଞ୍ଚ ହେବ ବୋଲି କୁହାଯାଉଛି। ଅଧିକ ପଢନ୍ତୁ...

ପବଜୀ ଖେଳାଳୀଙ୍କୁ ଏବେ ମଜା ଦେବ ଫୌଜୀ ଗେମ୍ ଆପ୍, ଦୁଇ ଦିନରେ ଆସିଲା ବିକଳ୍ପ
ପବଜୀ ଖେଳାଳୀଙ୍କୁ ଏବେ ମଜା ଦେବ ଫୌଜୀ ଗେମ୍ ଆପ୍, ଦୁଇ ଦିନରେ ଆସିଲା ବିକଳ୍ପ

By

Published : Sep 6, 2020, 5:26 PM IST

ନୂଆଦିଲ୍ଲୀ: ଦେଶରେ ପବଜୀ ମୋବାଇଲ୍ ଆପ୍ ବ୍ୟାନ ହେବାର ଦୁଇ ଦିନ ମଧ୍ୟରେ ଆସିଲା ଏହାର ବିକଳ୍ପ । ଏବେ ପବଜୀ ଖେଳାଳୀଙ୍କୁ ମଜା ଦେବ ଫୌଜୀ ଗେମିଂ ଆପ୍ । ପବଜୀ ବ୍ୟାନ ହେବାର କିଛି ଦିନ ଭିତରେ ଅନେକ ଭାରତୀୟ ଖେଳ ବିକାଶକାରୀ ଏହାର ବିକଳ୍ପ ପରି ନୂତନ ଯୁଦ୍ଧ ରୟାଲ୍ ଖେଳଗୁଡିକ ଉପସ୍ଥାପନ କରିଛନ୍ତି । ଅନେକ ବିକାଶକାରୀଙ୍କ ମଧ୍ୟରୁ ଗୋଟିଏ ହେଉଛି nCore ଗେମ୍ସ, ଯାହା ଶୁକ୍ରବାର ଦିନ FAU-G (ଫୌଜୀ ) ନାମକ ଏକ ନୂତନ ଗେମ ଆପ୍ ଘୋଷଣା କରିଛି । ଏହି ଖେଳ ଅକ୍ଟୋବର ଶେଷ ସୁଦ୍ଧା ପ୍ରକାଶ ପାଇବ ବୋଲି କୁହାଯାଉଛି।

nCore ଗେମ୍ସ ରିଲିଜ୍ ତାରିଖ ଏବଂ ଆଗାମୀ ଦିନରେ ଖେଳ ବିଷୟରେ ଅନ୍ୟାନ୍ୟ ବିବରଣୀ ପ୍ରକାଶ କରିବ । ନୂଆ ଗେମ ନେଇ ସୂଚନା ଦେବା ପରେ ପବଜୀ ଖେଳାଳୀଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି । ତେବେ ଭାରତରେ ଲୋକପ୍ରିୟ ଚାଇନା ଗେମ୍ ପବଜୀ ବ୍ୟାନ ହେବା ପରେ ନିରାଶ ହୋଇଥିଲେ କୋଟି କୋଟି ଯୁବପିଢି । ପବଜୀର ବିକଳ୍ପ କଣ ଖୋଜା ଚାଲିଥିବା ବେଳେ ଏହାରି ଭିତରେ ଫୌଜୀ ଗେମ କଥା ଘୋଷଣା କରାଯାଇଛି । ହେବା ପରେ ନିରାଶ ହୋଇଥିଲେ କୋଟି କୋଟି ଯୁବପିଢି । ପବଜୀର ବିକଳ୍ପ କଣ ଖୋଜା ଚାଲିଥିବା ବେଳେ ଏହାରି ଭିତରେ ଫୌଜୀ ଗେମ କଥା ଘୋଷଣା କରିଛନ୍ତି ଅକ୍ଷୟ କୁମାର ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ଆହ୍ୱାନରେ ଅନୁପ୍ରାଣିତ ହୋଇ ଫୌଜୀ ଅର୍ଥାତ ଫିୟରଲେସ୍ ଆଣ୍ଡ ୟୁନାଇଟେଡ୍ ଗାର୍ଡସ ଆକ୍ସନ ଗେମର ବିକଶିତ ହୋଇଛି ବୋଲି ଗୋକ୍ବିର ସିଇଓ ବିଶାଲ ଗୋଣ୍ଡାଲ କହିଛନ୍ତି । ଭାରତ ସରକାର ପବଜୀ ମୋବାଇଲ୍ ଏବଂ ପବଜୀ ମୋବାଇଲ୍ ଲାଇଟ୍ ସମେତ 118 ଟି ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇବାର ଦୁଇ ଦିନ ପରେ ଏହି ଘୋଷଣା କରାଯାଇଛି।

ABOUT THE AUTHOR

...view details