ନୂଆଦିଲ୍ଲୀ: ଭାରତୀୟ ପାଇଲଟ ଅଭିନନ୍ଦନଙ୍କୁ ଛାଡିବା ପାଇଁ ପାକ ପ୍ରଧାନମନ୍ତ୍ରୀଙ୍କୁ ଦାବି । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଜୁଫଲିକାର ଅଲ୍ଲୀ ଭୁଟ୍ଟୋଙ୍କ ନାତୁଣି ଫତିମା ଭୁଟ୍ଟୋ ଏହି ଦାବି କରିଛନ୍ତି । ଏ ନେଇ ସେ ଟ୍ବିଟ୍ କରି ଜଣାଇଛନ୍ତି ।
ଭାରତୀୟ ପାଇଲଟଙ୍କୁ ଛାଡିଦିଅ: ପୂର୍ବତନ ପାକ ପ୍ରଧାମନ୍ତ୍ରୀଙ୍କ ନାତୁଣି - Indian pilot
ଭାରତୀୟ ପାଇଲଟଙ୍କୁ ଛାଡିବା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଜୁଫଲିକାର ଅଲ୍ଲୀ ଭୁଟ୍ଟୋଙ୍କ ନାତୁଣି ଫତିମା ଭୁଟ୍ଟୋ ଦାବି କରିଛନ୍ତି । ଏ ନେଇ ସେ ଟ୍ବିଟ୍ କରିଛନ୍ତି ।

ଗତ ବୁଧବାର ପାକିସ୍ତାନ ଯୁଦ୍ଧ ବିମାନ ଭାରତ ସୀମାରେ ପ୍ରବେଶ କରିବା ପରେ ଭାରତ ପକ୍ଷରୁ କଡା ଜବାବ ଦିଆଯାଇଥିଲା । ଭାରତ ଜବାବରେ ପାକର ଏଫ୍-୧୬ ଯୁଦ୍ଧ ବିମାନ ମଧ୍ୟ ଖସି ପଡ଼ିଥିଲା । ତେବେ ଏହି ସମୟରେ ଭାରତର ମିଗ୍ -21ର ପାଇଲଟ ଅଭିନନ୍ଦନଙ୍କୁ ପାକିସ୍ତାନ ଗିରଫ କରିଥିବା ନେଇ ଦାବି ହୋଇଥିଲା ।
ସେ ଟ୍ବିଟ୍ କରି ଲେଖିଛନ୍ତି, ଶାନ୍ତି ମାନବିକତା ପ୍ରତିଷ୍ଠା ପାଇଁ ଭାରତୀୟ ପାଇଲଟଙ୍କୁ ଛାଡିଦେବା ଉଚିତ୍ । ଏଥିସହ ସେ ଏକ ପ୍ରତିଷ୍ଠିତ ଖବର କାଗଜରେ ମଧ୍ୟ ଲେଖିଛନ୍ତି, ଉଭୟ ଭାରତ ଓ ପାକିସ୍ତାନ ପାଖରେ ପରମାଣୁ ଶକ୍ତିର କ୍ଷମତା ରହିଛି । ପୂର୍ବରୁ ଆମ ସେନା ଯୁଦ୍ଧର ସାମ୍ନା ମଧ୍ୟ କରିଛି । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହେବାର ପରିସ୍ଥିତି ଉପୁଜି ଥିବା ବେଳେ କିଛି ଲୋକ ଏହାକୁ କିପରି ସୋସିଆଲ ମିଡିଆରେ ସେଲିବ୍ରେଟ କରୁଛନ୍ତି ତାହାକୁ ନେଇ ଫତିମା ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ।