ଓଡିଶା

odisha

ETV Bharat / bharat

ଗୁଗଲ ଡୁଡଲର ନିଆରା ଉପହାର, ସ୍ପେଶାଲ କାର୍ଡ କରି ପିତାଙ୍କୁ ଦିଅ ସରପ୍ରାଇଜ୍

ଆଜି ଏହି ପିତୃ ଦିବସ ଅବସରରେ ଗୁଗଲ୍ ଡୁଡଲ୍ ଏହାର ଏକ ଇଣ୍ଟରାକ୍ଟିଭ୍ ଚିତ୍ରଣ ସହିତ ଚିହ୍ନିତ କରିଛି। ଯାହାକୁ ଆପଣ ନିଶ୍ଚିତ ଭାବରେ ଭଲ ପାଇବେ । ଗୁଗଲ ତାର ଡୁଡଲ୍ ମାଧ୍ୟମରେ ଏକ ଗ୍ରାଫିକାଲ୍ ଦୃଶ୍ୟକୁ ଦର୍ଶାଇଛି।

ଗୁଗଲର ନିଆରା ଉପହାର, ସ୍ପେଶାଲ କାର୍ଡ କରି ପିତାଙ୍କୁ ଦିଅ ସରପ୍ରାଇଜ୍
ଗୁଗଲର ନିଆରା ଉପହାର, ସ୍ପେଶାଲ କାର୍ଡ କରି ପିତାଙ୍କୁ ଦିଅ ସରପ୍ରାଇଜ୍

By

Published : Jun 21, 2020, 12:00 PM IST

ନୂଆଦିଲ୍ଲୀ: ଆଜି ପାଳନ ହେଉଛି ଆନ୍ତର୍ଜାତୀୟ ପିତୃ ଦିବସ। କାରଣ ମାତା ପିତା ପିଲାମାନଙ୍କ ଜୀବନରେ ଏକ ସ୍ବତନ୍ତ୍ର ଭୂମିକା ନିଭାଇଥାନ୍ତି। ସେଥିପାଇଁ ତ ସେମାନେ ଚଳନ୍ତି ଭଗବାନ। ତେଣୁ ଚଳନ୍ତି ପ୍ରତିମାଙ୍କ ପାଇଁ ପ୍ରତିବର୍ଷ ଜୁନ ମାସ ତୃତୀୟ ରବିବାରକୁ ଉତ୍ସର୍ଗୀକୃତ କରାଯାଇଛି।

ଆଜି ଏହି ପିତୃ ଦିବସ ଅବସରରେ ଗୁଗଲ୍ ଡୁଡଲ୍ ଏହାର ଏକ ଇଣ୍ଟରାକ୍ଟିଭ୍ ଚିତ୍ରଣ ସହିତ ଚିହ୍ନିତ କରିଛି। ଯାହାକୁ ଆପଣ ନିଶ୍ଚିତ ଭାବରେ ଭଲ ପାଇବେ । ଗୁଗଲ ତାର ଡୁଡଲ୍ ମାଧ୍ୟମରେ ଏକ ଗ୍ରାଫିକାଲ୍ ଦୃଶ୍ୟକୁ ଦର୍ଶାଇଛି। ଯାହା ଏକ କଳା ଏବଂ ହସ୍ତଶିଳ୍ପ ସିଧା ସଳଖ ଦେଖାଇଛି । ଏଥିରେ ପେନ୍ସିଲ୍, ପେପର କଟ୍ ଆଉଟ୍, ଫୁଲ ସହିତ କାର୍ଡ ଏବଂ ଏନଭଲପ ରହିଛି।

ଗୁଗଲର ନିଆରା ଉପହାର, ସ୍ପେଶାଲ କାର୍ଡ କରି ପିତାଙ୍କୁ ଦିଅ ସରପ୍ରାଇଜ୍

ତଥାପି, ଏହି ଇଣ୍ଟରାକ୍ଟିଭ୍ ପିତୃ ଦିବସରେ ଡୁଡଲ୍ ପଛରେ ଏକ କାହାଣୀ ଅଛି, ନିଜ ବାପାଙ୍କୁ ଏହି ଦିବସରେ କାର୍ଡ ତିଆରି କରି ସରପ୍ରାଇଜ ଦିଅନ୍ତୁ । "ଚାଲ କ୍ରାଫ୍ଟିଙ୍ଗ୍ ପାଇବା," ଏହାର ମୂଳ ବାର୍ତ୍ତା ଯାହା ଉପରେ କ୍ଲିକ୍ କରିବା ପରେ ଡୁଡଲ୍ ଏହି କ୍ରାଫ୍ଟ ପ୍ରଦର୍ଶନ କରିଛି।

ଆପଣ ହାର୍ଟ କଟ୍-ଆଉଟ୍, ବଟନ୍, ଫୁଲ ଏବଂ ସିକ୍ୱିନ୍ ଭଳି ଅନେକ ସାମଗ୍ରୀ ସାହାଯ୍ୟରେ କାର୍ଡ ତିଆରି କରିପାରିବେ । ଏହା ତା’ପରେ, ଆପଣ ସୋସିଆଲ ମିଡିଆରେ ପୋଷ୍ଟ କରି କାର୍ଡକୁ ତୁମ ବାପାଙ୍କ ନିକଟକୁ ପଠାଇ ପାରିବେ କିମ୍ବା ସେଥିରୁ ଏକ ପ୍ରିଣ୍ଟ ବାହାର କରିପାରିବେ ।

ABOUT THE AUTHOR

...view details