ଓଡିଶା

odisha

ETV Bharat / bharat

ବାପ, ପୁଅଙ୍କ ଉଦ୍ଭାବନ, କମ ଟଙ୍କାରେ ପ୍ରସ୍ତୁତ ହେଲା ଭେଣ୍ଟିଲେଟର - ରତନ ଅଗ୍ରୱାଲ

କୋରୋନା ଦ୍ବାରା ଏବେ ଭାରତ ପ୍ରଭାବିତ ହୋଇଛି । ଏହି ସମୟରେ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଅନେକ ହସ୍ପିଟାଲରେ ଭେଣ୍ଟିଲେଟରର ଅଭାବ ପରିଲିକ୍ଷିତ ହୋଇଛି । ଯାହାକୁ ନଜରରେ ରଖି ପଞ୍ଜାବର ରତନ ଅଗ୍ରୱାଲ ତାଙ୍କ ପୁଅ ସହିତ ମିଶି ଭେଣ୍ଟିଲେଟର ତିଆରି କରିଛନ୍ତି । ଅଧିକ ପଢନ୍ତୁ....

Punjab
ବାପ ପୁଅ ମିଶି ପ୍ରସ୍ତୁତ କଲେ କମ ଟଙ୍କାର ଭେଣ୍ଟିଲେଟର

By

Published : Apr 20, 2020, 1:28 PM IST

ଚଣ୍ଡିଗଡ: କୋରୋନା ମହାମାରୀ ମଧ୍ୟରେ ଭାରତରେ ଦେଖାଯାଉଥିବା ଭେଣ୍ଟିଲେଟରର ଅଭାବକୁ ଦୃଷ୍ଟିରେ ରଖି ପଞ୍ଜାବର ଫରିଦକୋଟ ଜିଲ୍ଲାର ବାପ ଓ ପୁଅ ବାବା ଫରିଦ ବିଶ୍ୱବିଦ୍ୟାଳୟର ସ୍ୱାସ୍ଥ୍ୟ ବିଜ୍ଞାନ ଡାକ୍ତରଙ୍କ ସହାୟତାରେ ସ୍ୱଳ୍ପ ମୂଲ୍ୟର ଭେଣ୍ଟିଲେଟର ପ୍ରସ୍ତୁତ କରିଛନ୍ତି ।

ଡାକ୍ତରଙ୍କ ମାର୍ଗଦର୍ଶନରେ ରତନ ଅଗ୍ରୱାଲ ତାଙ୍କ ପୁଅ ସହିତ ଭେଣ୍ଟିଲେଟର ତିଆରି କରିବାରେ ସଫଳ ହୋଇଥିଲେ ଯାହାର ଉତ୍ପାଦନ ମୂଲ୍ୟ 50,000 ରୁ କମ୍ ଅଟେ। ମାନବ ଶରୀରର ଏକ ଡମ୍ମି ବ୍ୟବହାର କରି ଭେଣ୍ଟିଲେଟରକୁ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ରାଜ ବାହାଦୂରଙ୍କ ଦ୍ବାରା ଏହାର ସଫଳତାର ସହ ପରୀକ୍ଷା କରାଯାଇଛି ।

ପ୍ରଫେସର ବାହାଦୂର ଏହା ବିଷୟରେ କହିଛନ୍ତି ଯେ, "ରତନ ଏବଂ ତାଙ୍କ ପୁଅ, ଯେଉଁମାନେ ବୃତ୍ତିରେ ଇଞ୍ଜିନିୟର ନୁହଁନ୍ତି, ସେମାନଙ୍କ ବୃଦ୍ଧି ପ୍ରୟୋଗ କରି ଏହି ଭେଣ୍ଟିଲେଟର ବିକଶିତ କରିଛନ୍ତି। ଏହି ଭେଣ୍ଟିଲେଟରରେ ଏକ ଆମ୍ବୁ-ବ୍ୟାଗ୍ ଏବଂ ଅନ୍ୟାନ୍ୟ ସହାୟକ ଉପକରଣ ଅଛି ଯାହା ଦ୍ବାରା ଆବଶ୍ୟକତା ଅନୁଯାୟୀ ଏହାର ଚାପ ବୃଦ୍ଧି କିମ୍ବା ହ୍ରାସ ହୋଇପାରିବ। "

ଜରୁରୀକାଳୀନ ସମୟରେ ଏହି ଭେଣ୍ଟିଲେଟର ବହୁତ ସହାୟକ ହେବ ବୋଲି ସେ କହିଛନ୍ତି ଏବଂ ବାବା ଫରିଦ ବିଶ୍ୱବିଦ୍ୟାଳୟର ନାମ ଅନୁଯାୟୀ, ରଖାଯାଇଛି।

ABOUT THE AUTHOR

...view details