ଓଡିଶା

odisha

ETV Bharat / bharat

ନବଜାତ ଶିଶୁର ନାମ ‘କଂଗ୍ରେସ’, ପିତା କହିଲେ ଏମିତି... - rajasthan news

ନବଜାତ ଶିଶୁର ନାମ ପିତା ରଖିଲେ ‘କଂଗ୍ରେସ’ ।ଏହି ନାଁକୁ ନେଇ ଚାରିଆଡେ ଚର୍ଚ୍ଚା ସୃଷ୍ଟି ହୋଇଛି। ରାଜସ୍ଥାନ ସରକାର ଅଶୋକ ଗେହଲଟଙ୍କ କାର୍ଯ୍ୟ ଦ୍ବାରା ଗଭୀର ଭାବେ ଅନୁପ୍ରାଣିତ ହୋଇ ସେ ଏପରି ନାମ ରଖିଥିବା କହିଛନ୍ତି। ଅଧିକ ଖବର ପଢନ୍ତୁ...

_father named his child Congress
ନବଜାତ ଶିଶୁର ନାମ ପିତା ରଖିଲେ କଂଗ୍ରେସ...କହିଲେ ଏମିତି

By

Published : Jan 22, 2020, 1:40 PM IST

ନୂଆଦିଲ୍ଲୀ: ରାଜସ୍ଥାନର ଜଣେ ବ୍ୟକ୍ତି ତାଙ୍କ ନବଜାତ ଶିଶୁର ନାମ କଂଗ୍ରେସ ରଖିଛନ୍ତି। ଏହି ନାଁକୁ ନେଇ ଚାରିଆଡେ ଚର୍ଚ୍ଚା ସୃଷ୍ଟି ହୋଇଛି। କଂଗ୍ରେସ ଦଳ ପ୍ରତି ଅହେତୁକ ପ୍ରେମ ରଖିଥିବା ଏହି ବ୍ୟକ୍ତି ଜଣକ ହେଲେ ବିନୋଦ ଜୈନ। ସେ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ଉଦୟପୁର କାର୍ଯ୍ୟାଳୟରେ ମିଡିଆ ଅଫିସର ଭାବେ କାର୍ଯ୍ୟ କରନ୍ତି। ମଙ୍ଗଳବାର ତାଙ୍କର ଏକ ଶିଶୁପୁତ୍ର ଜନ୍ମ ପରେ ସେ ତାର ବାର୍ଥ ସାଟିଫିକେଟରେ କଂଗ୍ରେସ ନାଁ ରଖିଥିଲେ।

ବିନୋଦ ଜୈନଙ୍କ କହିବା ଅନୁସାରେ, ତାଙ୍କର ପୂରା ପରିବାର କଂଗ୍ରେସ ଦଳ ସହ ବହୁ ଦିନରୁ ସମ୍ପୃକ୍ତ ରହିଛନ୍ତି। ତାଙ୍କର ପରବର୍ତ୍ତୀ ପିଢି ମଧ୍ୟ ତାଙ୍କର ପଦକୁ ଅନୁସରଣ କରିବା ସହ ପାର୍ଟି ସହ ଜଡିତ ରୁହନ୍ତୁ। ପରିବାର ଅନ୍ୟ ସଦସ୍ୟଙ୍କ ମଧ୍ୟ ଇଚ୍ଛା ଥିଲା ପିଲାଟିର ନାମ କଂଗ୍ରେସ ରଖିବାକୁ। ଶେଷରେ ରାଜ୍ୟ ସରକାରଙ୍କ ସୀକୃତି କ୍ରମେ ପିଲାଟି ନାମ ହୋଇଛି କଂଗ୍ରେସ ଜୈନ।

ନବଜାତ ଶିଶୁର ନାମ ପିତା ରଖିଲେ କଂଗ୍ରେସ...କହିଲେ ଏମିତି

ଏହାସହ ମୁଁ ରାଜସ୍ଥାନ ସରକାରଙ୍କ ଅଶୋକ ଗେହଲଟଙ୍କ କାର୍ଯ୍ୟ ଦ୍ବାରା ଗଭୀର ଭାବେ ଅନୁପ୍ରାଣିତ ହୋଇଛି। ମୋର ଆନ୍ତରିକ ଇଚ୍ଛା ମୋର ପୁଅ 18 ବର୍ଷ ହେଲେ ସେ ମଧ୍ୟ କଂଗ୍ରେସରେ ଯୋଗ ଦେଇ ତାର ରାଜନୈତିକ କ୍ୟାରିୟର ଆରମ୍ଭ କରିବ।

କଂଗ୍ରେସ ଜୈନ 2019 ଜୁଲାଇରେ ଜନ୍ମ ଗ୍ରହଣ କରିଛି। ସେ ବିନୋଦ ଜୈନଙ୍କ ଦ୍ବିତୀୟ ସନ୍ତାନ। ଝିଅ ଜନ୍ମର 18 ବର୍ଷ ପରେ ଏହି ସନ୍ତାନ ଜନ୍ମ ହୋଇଛି। ମୋ ପୁଅ ବଡ ହୋଇଗଲେ ସେ ମଧ୍ୟ କଂଗ୍ରେସରେ ଏକ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରିବ ବୋଲି ବିନୋଦ ଜୈନ ଆଶାବ୍ୟକ୍ତ କରିଛନ୍ତି।

ABOUT THE AUTHOR

...view details