ଓଡିଶା

odisha

ETV Bharat / bharat

ପୁଅ ଜନ୍ମ ପାଇଁ ଝିଅକୁ ବଳି ଦେଲା ବାପା - ଝାଡଖଣ୍ଡରେ ଝିଅକୁ ବାପାର ହତ୍ୟା

ଅନ୍ଧବିଶ୍ବାସରେ ଅନ୍ଧ ହୋଇ ପୁଅ ଜନ୍ମ ପାଇଁ ନିଜ ଛଅ ବର୍ଷର ଏକମାତ୍ର ଝିଅକୁ ବଳି ପକାଇଲା ବାପା । ଅଧିକ ପଢନ୍ତୁ...

ପୁଅ ଜନ୍ମ ପାଇଁ ଝିଅକୁ ବଳି ଦେଲା ବାପା
ପୁଅ ଜନ୍ମ ପାଇଁ ଝିଅକୁ ବଳି ଦେଲା ବାପା

By

Published : Nov 14, 2020, 9:59 AM IST

ରାଞ୍ଚି: ପୁଅ ପାଇଁ ରାକ୍ଷାସ ସାଜିଲା ଜନ୍ମକଲା ବାପା । ଅନ୍ଧବିଶ୍ବାସରେ ଅନ୍ଧ ହୋଇ ପୁଅ ଜନ୍ମ ପାଇଁ ବାପା ନିଜ ଛଅ ବର୍ଷର ଏକମାତ୍ର ଝିଅକୁ ବଳି ପକାଇବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଝାଡଖଣ୍ଡର ଲୋହରଦଗା ଅଞ୍ଚଳରୁ ଏଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଛି । ଭଣ୍ଡ ତାନ୍ତ୍ରିକ କଥାରେ ବିଶ୍ବାସ କରି ପୁଅ ଜନ୍ମ କରିବାକୁ ବାପା ଘଟାଇଛି ଏଭଳି କାଣ୍ଡ ।

ସୂଚନା ଅନୁଯାୟୀ, ବୋଣ୍ଡୋବାର ଗାଁରେ ରହୁଥିବା ସୁମନ ନଗୋସିୟା ରୋଜଗାର ପାଇଁ ଅନ୍ୟ ରାଜ୍ୟକୁ ଯାଇଥିଲା । ସେହି ସମୟରେ କୌଣସି ତାନ୍ତ୍ରିକ ସହାୟତାରେ ପୁଅ ପ୍ରାପ୍ତି ହୁଏ ବୋଲି ସେ ଶୁଣିବାକୁ ପାଇଥିଲା । ସେଥିପାଇଁ ପୁଅ ଜନ୍ମ ହେବାର ଉପାୟ ଜାଣିବାକୁ ସେ ତାନ୍ତ୍ରିକ ପାଖକୁ ଯାଇଥିଲା । ପୁଅ ପ୍ରାପ୍ତି ପାଇଁ ତାଙ୍କର ଏକମାତ୍ର ଝିଅକୁ ବଳିଦେବାକୁ ହେବ ବୋଲି ତାନ୍ତ୍ରିକଟି ସୁମନକୁ କହିଥିଲା । ଏହାପରେ ବ୍ୟକ୍ତି ଜଣକ ତାନ୍ତ୍ରିକକୁ ନିଜକୁ ଘରକୁ ଡାକି ପୂଜାର୍ଚ୍ଚନା କରିଥିଲା ଏବଂ ନିଜ ଝିଅକୁ ବଳି ପକାଇବା ଉଦ୍ଦେଶ୍ୟରେ ହତ୍ୟା କରିଥିଲା ।

ଏନେଇ ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ହତ୍ୟାକାରୀ ବାପାକୁ ଗିରଫ କରିଛି ।

ABOUT THE AUTHOR

...view details