ଅମରୋହା: ସାମାଜିକ ପ୍ରତିଷ୍ଠା ରକ୍ଷା କରିବାକୁ ଯାଇ ଝିଅକୁ ହତ୍ୟା କଲା ନୃଶଂସ ବାପା । ଉତ୍ତରପ୍ରଦେଶ ଅମରୋହା ଜନପଥ ଥାନା ଅନ୍ତର୍ଗତ ଆଦମପୁର ଅଞ୍ଚଳର ଗାରବପୁର ଗାଁରୁ ଏଭଳି ଅଭିଯୋଗ ଆସିଛି ।
14 ବର୍ଷର ଝିଅକୁ ବାପା ନିଜ 2 ସାଥୀଙ୍କ ସହ ମିଶି ଘରେ ତଣ୍ଟି ଚିପି ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲରେ ପୋଡି ଦେଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତେବେ ଗ୍ରାମବାସୀ ପୋଲିସକୁ ସୂଚନା ଦେଇଥିଲେ ମଧ୍ୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜଳୁଥିବା ମୃତଦେହକୁ ଉଦ୍ଧାର କରିନଥିଲା ।
ମିଥ୍ୟା ସମ୍ମାନ ଆଳରେ ଝିଅକୁ ମାରିଲା ନୃଶଂସ ବାପା କିନ୍ତୁ ପୋଲିସର ପଚରାଉଚରା ସମୟରେ ବାପା ହିଁ ଝିଅକୁ ହତ୍ୟା କରିଥିବା ସ୍ବୀକାର କରିଥିବା ଜଣେ ଗ୍ରାମବାସୀ କହିଛନ୍ତି । ଝିଅର ଅନ୍ତିମ ସଂସ୍କାର ବେଳେ ପୋଲିସକୁ ଦେଖି ଆତ୍ମୀୟ ଫେରାର ହୋଇଯାଇଥିଲେ । ଏନେଇ ଇଟିଭି ଭାରତ ସମ୍ବାଦଦାତା ମୃତ ଝିଅର ମା'କୁ ପଚରାଉଚରା କରିବା ପରେ ବାରମ୍ବାର ସେ ତାଙ୍କ ବୟାନ ବଦଳାଇଛନ୍ତି । ସେପଟେ ଏସମ୍ପର୍କରେ ପୋଲିସ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ