ଓଡିଶା

odisha

By

Published : Feb 2, 2020, 1:27 AM IST

ETV Bharat / bharat

ଯୌତୁକ ବଦଳରେ ବୋହୂକୁ ଏହି ଉପହାର ଦେଇ ସ୍ବାଗତ କଲେ ଶଶୁର, ଦେଖନ୍ତୁ ଭିଡିଓ

ଆଜି ବି ଆମ ସମାଜରେ ଯୌତୁକ ପ୍ରଥା ପ୍ରଚଳିତ ରହିଛି । ମାତ୍ର ଏହି କୁପ୍ରଥାର ଉଚିତ୍ ଜବାବ୍ ଦେବା ପାଇଁ ଜଣେ ଶ୍ବଶୁର ନିଜ ବୋହୂ ଠାରୁ କେବଳ ଯୌତୁକ ନେବାକୁ ମନା କରିନାହାନ୍ତି ବରଂ ବୋହୂକୁ  ଉପହାର ସ୍ବରୁପ ଏକ  କାର୍ ଗିଫ୍ଟ କରିଛନ୍ତି ।  ଅଧିକ ପଢନ୍ତୁ...

father in low gift daughter in low
ଯୌତୁକ ବଦଳରେ ବୋହୂକୁ ଏହି ଉପହାର ଦେଇ ସ୍ବାଗତ କଲେ ଶଶୁର

ଜୟପୁର: ଆଜି ବି ଆମ ସମାଜରେ ଯୌତୁକ ପ୍ରଥା ପ୍ରଚଳିତ ରହିଛି । ଏହି କୁପ୍ରଥା ପାଇଁ କେତେ ବାପା ମା ସେମାନଙ୍କ ସନ୍ତାନ ହରାଇଥିବା ବେଳେ କିଛି ମହିଳା ଏହି କୁପ୍ରଥା ନିଆଁରେ ଜଳି ନିଜ ଜୀବନ ହାରିଛନ୍ତି। ମାତ୍ର ଏହି କୁପ୍ରଥାର ଉଚିତ୍ ଜବାବ୍ ଦେବା ପାଇଁ ଜଣେ ଶ୍ବଶୁର ନିଜ ବୋହୂ ଠାରୁ କେବଳ ଯୌତୁକ ନେବାକୁ ମନା କରିନାହାଁନ୍ତି ବରଂ ବୋହୂକୁ ଉପହାର ସ୍ବରୁପ ଏକ କାର୍ ଗିଫ୍ଟ କରିଛନ୍ତି ।

ଯୌତୁକ ବଦଳରେ ବୋହୂକୁ ଏହି ଉପହାର ଦେଇ ସ୍ବାଗତ କଲେ ଶଶୁର

ସୂଚନା ଅନୁଯାୟୀ, ରାଜସ୍ଥାନ ସିକର ଅଞ୍ଚଳ ଅନ୍ତର୍ଗତ ରହନବା ଗ୍ରାମର ପ୍ରକାଶ ଚନ୍ଦ୍ର ଝାକର ପେସାରେ ଜଣେ ଅବସରପ୍ରାପ୍ତ ପ୍ରଫେସର । ତେବେ ଗତ ଦୁଇ ଦିନ ତଳେ ତାଙ୍କ ପୁଅ ସୁଧୀର ଝାକରଙ୍କର ତିଡୋକି ଗ୍ରାମର ପ୍ରୀତି କଶୱାଙ୍କ ସହ ବିବାହ ହୋଇଥିଲା । ସୁଧୀର ଭୂଗୋଳରେ ପି.ଏଚ.ଡି କରୁଥିବା ବେଳେ ପ୍ରୀତି ଜଣେ ଏମ.ଏ ଛାତ୍ରୀ ଅଟନ୍ତି । ତେବେ ନିଜ ପୁଅ ବିବାହରେ ପ୍ରକାଶ ନା କେବଳ ଯୌତୁକ ନେବାପାଇଁ ମନାକରିଥିଲେ ବରଂ ନିଜ ବୋହୂକୁ ଏକ କାର ଉପହାର ଦେଇଛନ୍ତି ।

ତେବେ ପ୍ରକାଶଙ୍କ କହିବା ଅନୁଯାୟୀ, ଯଦି ସବୁ ଶ୍ବଶୁର ନିଜ ବୋହୂକୁ ଝିଅ ପରି ଭାବି ଯୌତୁକ ନେବା ପାଇଁ ମନା କରନ୍ତି ତେବେ କୌଣସି ଝିଅ ନିଜ ବାପା ମାଙ୍କ ଉପରେ ବୋଝ ହେବେ ନାହିଁ ।

ABOUT THE AUTHOR

...view details