ଓଡିଶା

odisha

ETV Bharat / bharat

ପୁତ୍ର ମୃତ୍ୟୁରେ ମର୍ମାହତ ପିତା, ଶୋକସଭାରେ ବାଣ୍ଟିଲେ ହେଲମେଟ୍ - ହେଲମେଟ ପିନ୍ଧି ନଥିବାରୁ ମୁଣ୍ଡରେ ଆଘାତ

ମଧ୍ୟପ୍ରଦେଶରେ ଜଣେ ବ୍ୟକ୍ତି ନିଜ କାର୍ଯ୍ୟ ଦ୍ବାରା ସମାଜରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ସଡକ ଦୁର୍ଘଟଣାରେ ନିଜ ଯୁବ ବୟସର ପୁଅକୁ ହରାଇଛନ୍ତି । ସଡକ ସୁରକ୍ଷାର ବାର୍ତ୍ତା ଦେବା ପାଇଁ ନିଜ ପୁଅର ଶୋକସଭାରେ ଯୁବକ ମାନଙ୍କୁ ହେଲମେଟ ବାଣ୍ଟିଲେ ଏବଂ ଅନ୍ୟ କେହି ଏଭଳି ଦୁଃଖର ସମ୍ମୁଖୀନ ନହେବା ସଚେତନତାର ବାର୍ତ୍ତା ଦେଇଛନ୍ତି ।

father-distribute-codolence-meet-helmet-for-victim-of-accident
ଫଟୋ ସୌଜନ୍ୟ : ଏଏନଆଇ

By

Published : Dec 4, 2019, 10:55 AM IST

ଭୋପାଲ : ନିଜ କାର୍ଯ୍ୟ ଦ୍ବାରା ସମାଜରେ ଏକ ଉଦାହରଣ ସୃଷ୍ଟି କଲେ । ସଡକ ଦୁର୍ଘଟଣାରେ ନିଜ ଯୁବ ବୟସର ପୁଅକୁ ହରାଇଛନ୍ତି । ସଡକ ସୁରକ୍ଷାର ବାର୍ତ୍ତା ଦେବା ପାଇଁ ନିଜ ପୁଅର ଶୋକ ଶୋଭାରେ ଯୁବକ ମାନଙ୍କୁ ହେଲମେଟ ବାଣ୍ଟିଲେ ଏବଂ ଅନ୍ୟ କେହି ଏଭଳି ଦୁଃଖ ସମ୍ମୁଖୀନ ନହେବା ସଚେତନତାର ବାର୍ତ୍ତା ଦେଇଛନ୍ତି ।

ମଧ୍ୟପ୍ରଦେଶର ଦାମହୋ ଜିଲ୍ଲାରେ ଗତ ନଭେମ୍ବର 20 ତାରିଖ 25 ବର୍ଷିୟ ସଞ୍ଜୀବ ଦୀକ୍ଷିତ ନାମକ ଯୁବକ ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଏକ ହୃଦୟଭରା ବ୍ୟକ୍ତି ଭାବରେ ପୁଅର ଶୋକ ଶୋଭାରେ ଯୋଗଦେଇଥିବା 15 ବର୍ଷରୁ ଅଧିକ ଯୁବକ ମାନଙ୍କୁ ହେଲମେଟ ପ୍ରଦାନ କରିଛନ୍ତି । ନିଜ ପୁଅ ବାଇକ ଦୁର୍ଘଟଣାରରେ ଗମ୍ଭୀର ଭାବରେ ଆଘାତପ୍ରାପ୍ତ ହୋଇଥିଲେ । ସେ ହେଲମେଟ ପିନ୍ଧି ନଥିବାରୁ ମୁଣ୍ଡରେ ଆଘାତ ପ୍ରାପ୍ତ ହୋଇଥିଲେ । ଶେଷରେ ହସପିଟାଲରେ ମୃତ୍ୟୁବରଣ କରିଥିଲେ ।

ସଞ୍ଜୀବ ଦୀକ୍ଷିତ କହିଛନ୍ତି ମୁଁ ଚାହୁଁନାହିଁ ଅନ୍ୟ ମାନେ ମୋ ଭଳି ଯୁବ ବୟସର ପୁଅକୁ ହରାନ୍ତୁ। ମୋ ପୁଆ ହେଲମେଟ ପିନ୍ଧି ନଥିବା ଯୋଗୁଁ ଗମ୍ଭୀର ଭାବରେ ଆଘାତ ହୋଇଥିଲେ । ସେହି ଦିନ ଠାରୁ ମୁ ନିଷ୍ପତି ନେଲି 18 ବର୍ଷରୁ ଅଧିକ ଯୁବକ ମାନଙ୍କୁ ହେଲମେଟ ପ୍ରଦାନ କରିବା । ସଡକ ସୁରକ୍ଷାର ବାର୍ତ୍ତା ଦେବା ପାଇଁ ସମସ୍ତଙ୍କୁ ଟ୍ରାଫିକ ନିୟମ ମାନିବା ସଚେତନତା ସୃଷ୍ଟି କରି ନିଜର ସୁରକ୍ଷା କରିବା ପାଇଁ କହିଛନ୍ତି । ସେ ଅନ୍ୟ ପିତା ମାନଙ୍କୁ ମଧ୍ୟ ନିବେଦନ କରିଛନ୍ତି ନିଜ ପୁଅଙ୍କୁ ବିନା ହେଲମେଟରେ ବାଇକ ଚଲାଇବା ମନା କରିବା ପାଇଁ । ଦାମୋହ ଜିଲ୍ଲାର ଜିଲ୍ଲାପାଳ ମଧ୍ୟ ସଡକ ସୁରକ୍ଷା ପାଇଁ ଏ ଭଳି ଉଦ୍ୟମକୁ ପ୍ରଶଂସା କରିଛନ୍ତି । ସରକାର ମଧ୍ୟ ଲୋକଙ୍କ ସୁରକ୍ଷା ପାଇଁ ଟ୍ରାଫିକ ନିୟମ ମାନି ଚଳିବା ପାଇଁ ବିଭିନ୍ନ ପ୍ରୟାସ କରୁଛନ୍ତି । ଦିନକୁ ଦିନ ଦୁର୍ଘଟଣା ହ୍ରାସ କରିବା ପାଇଁ ଜିଲ୍ଲା ପ୍ରଶାସନ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରୁଛି ।

ABOUT THE AUTHOR

...view details