ଅମୃତସର: ମାନସିକ ଦୁଶ୍ଚିନ୍ତା ନେଲା 4 ଜୀବନ । ନିଜ ଛୁଆକୁ ହତ୍ୟା କରିବା ପରେ ଆତ୍ମହତ୍ୟା କଲା ବାପା । ଘଟଣା ଘଟିଛି ହମିରଗଡ ଗାଁରେ ।
ବୁଧବାର ରାତିରେ ଜଣେ ବାପା ନିଜ 3 ନୀରିହ ଶିଶୁଙ୍କୁ ହତ୍ୟା କରିବା ପରେ 2 ଜଣଙ୍କ ମୃତଦେହକୁ ଖଟିଆର ଗୋଡରେ ବାନ୍ଧି ଦେଇଥିବାବେଳେ ଗୋଟିଏ ଛୁଆକୁ ପଙ୍ଖା ଥିବା ହୁକରେ ଝୁଲାଇ ଦେଇଥିଲା । ଏହା ପରେ ନିଜେ ମଧ୍ୟ ରଶି ଲଗାଇ ଆତ୍ମହତ୍ୟା କରିଥିଲା । ମୃତ ବାପା ବେଅନ୍ତ ସିଂହ ବୋଲି ଜଣାପଡିଛି ।