ଆଲିଗଡ: ଆଉ ଘରର ଚାରିକାନ୍ଥ ଭିତରେ ରହୁନାହାଁନ୍ତି ମହିଳା । ପାଠରେ ଯେମିତି ଅନ୍ୟ କାମରେ ବି ମହିଳା ମାନେ ଆଗକୁ ବଢିବାରେ ଲାଗିଛନ୍ତି । ପୁରୁଷଙ୍କ କାନ୍ଧରେ କାନ୍ଧ ମିଶାଇ ସମାଜର ଆଗଧାଡିରେ ନିଜକୁ ପ୍ରତିଷ୍ଠିତ କରିବାରେ ସଫଳ ହୋଇଛନ୍ତି । ତେବେ ମହିଳା ମାନଙ୍କୁ ନେଇ ଆଲିଗଡରେ ଆୟୋଜିତ ହୋଇଥିବା ଏକ ରାମ୍ପ ଶୋରେ ଦେଖିବାକୁ ମିଳିଛି ମହିଳାଙ୍କ ଜଲୱା ।
ଏହି ରାମ୍ପ ଶୋର ନାଁ ରଖାଯାଇଥିଲା 'ଆଦା' । ଆୟୋଜିତ ହୋଇଥିବା ଏହି ରାମ୍ପରେ ଚାଲି ନିଜ ନିଜ ଅନୁଭୂତି ବଖାଣିଥିଲେ ମହିଳା । ବିଶେଷ କରି ଏମାନେ ନିଜର ଶକ୍ତି ଓ ପରାକାଷ୍ଠା ଏହି ରାମ୍ପରେ ଦେଖାଇଥିଲେ । ବିଭିନ୍ନ ଲୁକରେ ନଜର ଆସିବା ସହ ଘରର ଚାରି କାନ୍ଥ ଭିତରେ ଆଉ ମହିଳା ମାନେ ନାହାଁନ୍ତି ବୋଲି ସେ କହିଛନ୍ତି ।