ଓଡିଶା

odisha

ETV Bharat / bharat

ଫ୍ୟାଶନ ଡିଜାଇନର ମନୀଷ ତ୍ରିପାଠୀ ଆଣୁଛନ୍ତି ‘ଖଦି ମାସ୍କ’ - ଫ୍ୟାଶନ ଡିଜାଇନର ମନୀଷ ତ୍ରିପାଠୀ

ଲୋକଙ୍କ ଆବଶ୍ୟକତାକୁ ପୂରଣ କରିବାକୁ ମାସ୍କ ପ୍ରସ୍ତୁତ କରି ମାଗଣାରେ ବାଣ୍ଟୁଛନ୍ତି ଦିଲ୍ଲୀର ଫ୍ୟାଶନ ଡିଜାଇନର ମନୀଷ ତ୍ରିପାଠୀ । ଅଧିକ ପଢନ୍ତୁ.....

cotton&khadi fabrics
ଫ୍ୟାଶନ ଡିଜାଇନର ମନୀଷ ତ୍ରିପାଠୀ

By

Published : Apr 13, 2020, 1:48 PM IST

ନୂଆଦିଲ୍ଲୀ: କୋରୋନ ଭାଇରସରୁ ନିଜକୁ ସୁରକ୍ଷା ଦେବାପାଇଁ ମାସ୍କ ବ୍ୟବହାର କରିବାକୁ ସରକାରଙ୍କ ପକ୍ଷରୁ ବାରମ୍ବାର ନିବେଦନ କରାଯାଉଛି । ଯାହାକୁ ନେଇ ଲୋକଙ୍କର ମାସ୍କ ପ୍ରତି ଚାହିଦା ବଢୁଥିବା ଦେଖିବାକୁ ମିଳୁଛି । ହେଲେ ଏହି ସମୟରେ ମାସ୍କର ଆବଶ୍ୟକ ପରିମାଣରେ ମାସ୍କ ମିଳୁନାହିଁ । ଯାହାକୁ ନେଇ ବିଭିନ୍ନ, ସଂସ୍ଥା, ସଂଗଠନ, ଅଙ୍ଗନବାଡି କର୍ମୀ ଏଭଳି ଅନେକ ଲୋକ ମାସ୍କ ପ୍ରସ୍ତୁତ କରୁଛନ୍ତି ।

ଖଦୀ କପଡାରେ ମାସ୍କ ପ୍ରସ୍ତୁତ କରୁଛନ୍ତି ଫ୍ୟାଶନ ଡିଜାଇନର ମନୀଷ ତ୍ରିପାଠୀ

ସେହିଭଳି ଦିଲ୍ଲୀର ଫ୍ୟାଶନ ଡିଜାଇନର ମନୀଷ ତ୍ରିପାଠୀ ମଧ୍ୟ ଲୋକଙ୍କ ପାଇଁ ମସ୍କ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି । ସୂତା ଏବଂ ଖଦି କପଡା ବ୍ୟବହାର କରି ମାସ୍କ ପ୍ରସ୍ତୁତ କରୁଛନ୍ତି । ସେ କହିଛନ୍ତି,"ଯେଉଁମାନେ ମାସ୍କ କିଣିବାକୁ ସକ୍ଷମ ନୁହଁନ୍ତି ସେମାନଙ୍କ ପାଇଁ ମୁଁ ଏହି ମାସ୍କଗୁଡିକ ପ୍ରସ୍ତୁତ କରୁଛି । ଏହାପରେ ମୁଁ ସେଗୁଡ଼ିକୁ ଅନଲାଇନରେ ବିକ୍ରୟ କରିବାକୁ ଚେଷ୍ଟା କରିବି ଏବଂ ଏଥିରୁ ଯାହା ଟଙ୍କା ସଂଗ୍ରହ କରାଯିବ ତାକୁ ପିଏମ କେୟାର୍ସ ପାଣ୍ଠିରେ ଦାନ କରିବି ।"

ଫ୍ୟାଶନ ଡିଜାଇନର ମନୀଷ ତ୍ରିପାଠୀ

ଭାରତର ରାଜଧାନୀ ଦିଲ୍ଲୀରେ ଏବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 1154 ଛୁଇଁଥିବାବେଳେ ଏଥିରେ 24 ଜଣଙ୍କର ପ୍ରାଣହାନୀ ଘଟିଛି ।

ABOUT THE AUTHOR

...view details