ଓଡିଶା

odisha

'ମୋଦି ଜଣେ ଭଲ ଅଭିନେତା'

By

Published : Apr 3, 2019, 10:13 AM IST

ଲୋକସଭା ନିର୍ବାଚନ ପୂର୍ବରୁ ପୁଣି ମୋଦିଙ୍କୁ ଚେତାବନୀ ଦେଲେ ନ୍ୟାସନାଲ କନଫ୍ରେନ୍ସି ନେତା ଫାରୁକ ଅବଦୁଲ୍ଲା । ଅନୁଚ୍ଛେଦ 370 ଓ 35 'ଏ' ସରକାର ପ୍ରଥମେ ହାତ ଲଗାଇ ଦେଖନ୍ତୁ । ଏହା ପରେ ଯାହା ପରିଣାମ ତାହା ଭାରତ ଭୋଗିବ ବୋଲି ଫାରୁକ କହିଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ

ଶ୍ରୀନଗର: ଲୋକସଭା ନିର୍ବାଚନ ପାଇଁ ଲାଗି ପଡିଛି ସମସ୍ତ ରାଜନୈତିକ ଦଳ । ପ୍ରଚାର ପ୍ରସାରରେ ରାସ୍ତାଘାଟରେ ସୃଷ୍ଟି ହେଉଛି ଦଳୀୟ କମ୍ପନ । ଏହି ସମୟରେ ନିଜ ପାର୍ଟି ପାଇଁ ନିର୍ବାଚନୀ ମୈଦାନ ପ୍ରସ୍ତୁତ କରୁଥିବା ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ମୋଦିଙ୍କୁ ଚେତବାନୀ ଦେଇଛନ୍ତି । ଅନୁଚ୍ଛେଦ 370 ଓ 35 "ଏ" ଯଦି ସରକାର ହଟାଇବାକୁ ଚେଷ୍ଟା କରନ୍ତି, ତେବେ ଏହାର ପରିଣାମ ଭାରତକୁ ଭୋଗିବାକୁ ପଡିବ ବୋଲି ଫାରୁକ କହିଛନ୍ତି ।

ସୂଚନାଯୋଗ୍ୟ, ନ୍ୟାସନାଲ କନଫରେନ୍ସର ସମର୍ଥକଙ୍କୁ ସମ୍ବୋଧିତ କରିବାକୁ ଯାଇ ଅବଦୁଲ୍ଲା କହିଛନ୍ତି, ଯେତେବେଳେ ମୋଦି ଅନୁଚ୍ଛେଦ 370 ଓ 35 'ଏ' ହଟାଇବାକୁ ଚେଷ୍ଟା କରିବେ ସେତେବେଳେ ଭାରତ ସହିତ ଜମ୍ମୁ ଓ କାଶ୍ମୀରର ସମାପ୍ତ ହେବ । ଏହି ଅନୁଚ୍ଛେଦ ଏକ ଅସ୍ଥାୟୀ । ତେଣୁ ଜମ୍ମୁକାଶ୍ମୀର ସହିତ ଭାରତ ମଧ୍ୟ ଅସ୍ଥାୟୀ । ଏପରି ସେ ମୋଦିଙ୍କୁକଟାକ୍ଷ ମଧ୍ୟ କରିଛନ୍ତି।


ଦେଶକୁ ଚଳାଇବାକୁ ତାଙ୍କ ପାଖରେ କ୍ଷମତା ନାହିଁ । ସେ ଜଣେ ଅଭିନେତା ଆଉ ତାଙ୍କ ପରି ଅଭିନେତାକୁ ଫାରୁକ କେବେ ଦେଖିନାହାନ୍ତି ବୋଲି କହିଛନ୍ତି ।ଏଥର ଲୋକସଭା ନିର୍ବାଚନରେ ଫାରୁକ ଅବଦୁଲ୍ଲା ଶ୍ରୀନଗରରୁ ଲୋକସଭା ପ୍ରାର୍ଥୀ ଭାବେ ଲଢିବେ । ବିଜେପି ନେତା ଜେଟଲୀ ଓ ଅମିତ ଶାହ ଅନୁଚ୍ଛେଦ ଉଠାଇବାକୁ ଚେଷ୍ଟା କରୁଥିବା ବେଳେ ଏହାର ଫାରୁକ ଏହାର କଡା ମୁକାବିଲା କରିବେ ବୋଲି କହିଛନ୍ତି ।

ABOUT THE AUTHOR

...view details