ଓଡିଶା

odisha

ETV Bharat / bharat

ରେଭ ପାର୍ଟି ଚଢାଉ ଘଟଣା: ଫାର୍ମହାଉସ ମାଲିକ ସମେତ 4 ଗିରଫ

ରେଭ ପାର୍ଟି ଘଟଣାରେ ପୋଲିସ 192 ଜଣ ଅଭିଯୁକ୍ତ ସହ ମାଲିକ ଅମିତ୍ ଯୋଗୀ ଏବଂ ତାଙ୍କର ଚାରି ବନ୍ଧୁ କପିଲ ସିଂ, ପଙ୍କଜ ଶର୍ମା, ଆନନ୍ଦ ଏବଂ ବାଲାସଙ୍କୁ ମଧ୍ୟ ଘଟଣାସ୍ଥଳରୁ ଗିରଫ କରିଛନ୍ତି ।

By

Published : May 9, 2019, 1:13 PM IST

Updated : May 9, 2019, 2:43 PM IST

ଫାଇଲ ଫଟୋ

ନୋଏଡା: ନୋଏଡାର ସେକ୍ଟର-135 ସ୍ଥିତ ଫାର୍ମ ହାଉସରେ ଚାଲିଥିବା ରେଭ ପାର୍ଟି ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଏହି ଘଟଣାରେ ଫାର୍ମହାଉସ ମାଲିକ ସହ 4ଜଣଙ୍କୁ ଗିରଫ କରିଛନ୍ତି ନୋଏଡା ଏସଏସପି ବୈଭବ କୃଷ୍ଣ ।

ସୂଚନା ଅନୁଯାୟୀ, ପାର୍ଟି ଆୟୋଜନ କରିଥିବା ଯୁବକଯୁବତୀମାନେ ରେଭ୍ ପାର୍ଟି କରିବା ପାଇଁ ମାଲିକ ଅମିତ୍ ଯୋଗୀଙ୍କୁ 30 ହଜାର ଟଙ୍କା ଲାଞ୍ଚ ଦେଇଥିଲେ । ଏଥିସହ ଏହି ପାର୍ଟି ଆୟୋଜନରେ 4ଜଣ ପୁରୁଷ ଏବଂ 6 ଜଣ ମହିଳା ସମ୍ପୃକ୍ତ ଥିବା ନେଇ ପୋଲିସର ତଦନ୍ତରୁ ଜଣାପଡିଛି ।

ସେପଟେ ଏହି ମାମଲାରେ ଗିରଫ ହୋଇଥିବା 192 ଜଣ ଅଭିଯୁକ୍ତଙ୍କୁ ରବିବାର ରାତି ପ୍ରାୟ 12ଟା ସମୟରେ କୋର୍ଟରେ ହାଜର କରାଯାଇଥିଲା । ଏହାପରେ ସମସ୍ତ ଅଭିଯୁକ୍ତଙ୍କୁ ଜେଲ ପଠାଯାଇଥିଲା । ସେହିପରି ଏହି ଘଟଣାରେ ସ୍ଥାନୀୟ ପୋଲିସକୁ ମଧ୍ୟ ସନ୍ଦେହ ଘେରରେ ରଖାଯାଇଛି । ଯାହାଫଳରେ ସେମାନଙ୍କ ଉପରେ ମଧ୍ୟ ତଦନ୍ତ କରାଯାଉଛି ।

ପ୍ରକାଶ ଥାଉକି, ଗତ ଶନିବାର ରାତିରେ ନୋଏଡା ଏସଏସପି ବୈଭବ କୃଷ୍ଣ ସେକ୍ଟର-135 ସ୍ଥିତ ଫାର୍ମ ହାଉସରେ ଚଢାଉ କରିଥିଲେ । ସେଠାରେ ଅବୈଧ ରୂପରେ ମଦ ଏବଂ ତମ୍ବାଖୁ ପରସା ଯାଉଥିବା ସମୟରେ ଏହି ଚଢାଉ କରାଯାଇଥିଲା । ତେବେ ପୋଲିସ ଏହି ଘଟଣାରେ 192 ଜଣ ଅଭିଯୁକ୍ତ ସହ ମାଲିକ ଅମିତ୍ ଯୋଗୀ ଏବଂ ତାଙ୍କର ଚାରି ବନ୍ଧୁ କପିଲ ସିଂ, ପଙ୍କଜ ଶର୍ମା, ଆନନ୍ଦ ଏବଂ ବାଲାସଙ୍କୁ ମଧ୍ୟ ଘଟଣାସ୍ଥଳରୁ ଗିରଫ କରିଛନ୍ତି ।

Last Updated : May 9, 2019, 2:43 PM IST

For All Latest Updates

ABOUT THE AUTHOR

...view details