ହାଇଦ୍ରାବାଦ: ଭାରତ ଏକ କୃଷିପ୍ରଧାନ ଦେଶ । କୃଷକମାନଙ୍କ ଜୀବନଜୀବିକାର ଏକମାତ୍ର ମାଧ୍ୟମ କୃଷି । ସବୁଠାରୁ ଦୁଃଖର କଥା ହେଉଛି ଯେ, ବିଭିନ୍ନ କାରଣରୁ କୃଷକମାନଙ୍କୁ ବିଭିନ୍ନ ସମୟରେ ସମସ୍ୟା, ସଂକଟ ଏବଂ ନିରାଶାର ସାମ୍ନା କରିବାକୁ ପଡ଼ିଥାଏ । ଆଶ୍ଚର୍ଯ୍ୟର କଥା ହେଉଛି ଯେ, ଚାଷୀର ପ୍ରତିଟି ଚାଷ ଉପରେ ଦଲାଲ ଏବଂ ଅନ୍ୟ ଛୋଟ ବ୍ୟବସାୟୀ ମାନଙ୍କର ନଜର ରହିଥାଏ । ତେବେ ଏହି ଚାଷରୁ ଅନ୍ୟମାନେ ବେଶ ଭଲ ଲାଭ ଉଠାଉଥିବା ବେଳେ ଖୋଦ ଚାଷୀକୁ ନିରାଶ ହେବାକୁ ପଡ଼ିଥାଏ । ଅଳ୍ପମାତ୍ର ଲାଭ ପାଇଥାଏ ପରିଶ୍ରମ କରୁଥିବା ଚାଷୀ ।
ବିହନ କିଣିବା ଠାରୁ ଆରମ୍ଭ କରି ଫସଲ ଅମଳ ପର୍ଯ୍ୟନ୍ତ ଭାରତୀୟ ସମ୍ବିଧାନରେ ସେପରି କୌଣସି ନିର୍ଦ୍ଦିଷ୍ଟ ଆଇନ ନାହିଁ । ତେବେ ସିଡ଼ ଆକ୍ଟ(ବିହନ ନିୟମ) ଏହାର ଏକ ଉଦାହରଣ ଭାବେ ନିଆଯାଇପାରେ । ଯେତେବେଳେ ସରକାରଙ୍କ ଦ୍ବାରା ବିହନ ସଞ୍ଚାଳନ ଅନୁଷ୍ଠାନ ଜାରି ରହିଥିଲା, ସେହି ସମୟରେ ଏହି ନିୟମକୁ ଲାଗୁ କରାଯାଇଥିଲା । ଫଳରେ ଏହି ନିୟମ ଆଧାରରେ ବେସରକାରୀ ବିହନ ଅନୁଷ୍ଠାନ ଗୁଡ଼ିକର ସଂଖ୍ୟା ତୀବ୍ର ବେଗରେ ବୃଦ୍ଧି ପାଇବାରେ ଲାଗିଛି ।
ତେବେ ଏହି ବିହନ ନିୟମ କୃଷି ଏବଂ ଗରିବ ଚାଷୀଙ୍କ ଉନ୍ନତି ଉଦ୍ଦେଶ୍ୟରେ କରାଯାଇଥିଲା । କିଛି ବେସରକାରୀ ସଂସ୍ଥା ଏବଂ ଦଲାଲମାନଙ୍କ ପାଇଁ ଏହି ନିୟମକୁ ବ୍ୟାନ କରି ଦିଆଯାଇଥିଲା । ଫଳରେ କୃଷକମାନଙ୍କ ଅଧିକାର ନଷ୍ଟ ହୋଇଥିଲା । ଦଶନ୍ଧି ଦଶନ୍ଧି ଧରି ସତ୍ତାରୁଢ ବିଭିନ୍ନ ସରକାରୀ କଳର ରାଜନେତାଙ୍କ ଦ୍ବାରା କୃଷକମାନଙ୍କ ପ୍ରତି ଅଣଦେଖା କରାଯାଉଛି । ତେବେ ବର୍ତ୍ତମାନ ମୋଦି ସରକାରଙ୍କ ଦ୍ବାରା ବିଧେୟକ ଆଗତ କରିବାକୁ ପ୍ରସ୍ତାବ ରହିଛି । ଏହି ସମୟରେ ବିଭିନ୍ନ ପ୍ରକାର ଶୋଷଣ, କୃଷକମାନଙ୍କୁ ଲାଭାନ୍ବିତ କରିବାକୁ ଏହା ଏକ ସୁନ୍ଦର ଅବସର ବୋଲି ଚାଷୀମାନେ ଅନୁଭବ କରୁଛନ୍ତି । ବର୍ତ୍ତମାନ ପ୍ରଚଳିତ ବିହନ ନିୟମ ଅନୁଯାୟୀ କୃଷକମାନେ ସେମାନଙ୍କର ଅଭିଯୋଗ କରିପାରିବେ ।
ସେହିପରି ଉକ୍ତ ନିୟମ ଅନୁସାରେ କୃଷକମାନେ ବିହନର ଗୁଣବତ୍ତା ଓ ବିହନକୁ ନେଇ ବିଭିନ୍ନ ସମସ୍ୟା ଉପରେ ମଧ୍ୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିପାରିବେ । କେନ୍ଦ୍ରୀୟ ବିହନ ସମିତି ଏହି ସମସ୍ୟାର ଯାଞ୍ଚ କରିବ ଏବଂ ତାହା ଅନୁସାରେ କାର୍ଯ୍ୟ କରାଯିବ । ସେ ଯାହାବି ହେଉ, ଏହି ନିୟମ ସେ କଡ଼ାକଡ଼ି ଭାବେ ପାଳନ ମଧ୍ୟ କରାଯାଉନାହିଁ । ଫଳରେ ଅନେକ ସିଷ୍ଟମ ମଧ୍ୟ ନିୟମର ଗଳି ଦେଇ ଖସିଯିବାକୁ ଉଦ୍ୟମ ମଧ୍ୟ କରୁଥିବା ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ, ଅନ୍ୟ ମାନଙ୍କ ମୁଣ୍ଡରେ ଦୋଷ ଲଦିବାକୁ ମଧ୍ୟ ଅଧିକାଂଶ ସମୟରେ ଉଦ୍ୟମ ମଧ୍ୟ ହେଉଥିବା ଦେଖିବାକୁ ମିଳିଛି ।
ତେବେ ଆମେ କେବଳ ସେହି ଉଦାହରଣକୁ ନେଇ ପାରିବା, ଯେଉଁ ଘଟଣାରେ ଚାଷୀମାନେ ସାମିଲ ରହିଛନ୍ତି । ଏହି ଅଧିନିୟମ ବଳରେ ଅପରାଧୀମାନଙ୍କୁ କାର୍ଯ୍ୟରେ ସାମିଲ କରାଗଲେ ଚାଷୀମାନେ ଲାଭବାନ ହେବା ସହିତ ସେମାନଙ୍କୁ ସାହାଯ୍ୟ ମିଳିପାରିବ । ଏଭଳି ସ୍ଥଳେ କିଛି ବେସରକାରୀ ଅନୁଷ୍ଠାନ ମାନଙ୍କ ଲାଇସେନ୍ସକୁ ମଧ୍ୟ ବାତିଲ କରିଦିଆଯାଇପାରିବ । ତେବେ ଲାଇସେନ୍ସ ବାତିଲ କରିବା ସତ୍ତ୍ବେ ଏବେ ମଧ୍ୟ କିଛି କମ୍ପାନୀ ଏବଂ ବ୍ରାଣ୍ଡକୁ ଆଧାର କରି ନକଲି ବିହନ ବଜାରରେ ବିକ୍ରି କରିବାରୁ ଉଦ୍ୟମ ଜାରି ରଖିଛନ୍ତି । ତେବେ ଏଭଳି ଅନୈତିକ ବ୍ରାଣ୍ଡକୁ ପୁଣି ଥରେ ଲାଇସେନ୍ସ ପ୍ରଦାନ କରାଯାଉଥିବା ଜଣାପଡ଼ିଛି । ତେବେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ନିକଟରେ ଥିବା ସ୍ବତନ୍ତ୍ର କ୍ଷମତା ଓ ବିଭିନ୍ନ ବ୍ୟକ୍ତିଗତ ସମ୍ପର୍କ ଆଧାରରେ ଏହି ବେଆଇନ କମ୍ପାନୀଗୁଡ଼ିକ ଲାଇସେନ୍ସ ପ୍ରଦାନ କରାଯାଇଥାଏ । ଏହିଭଳି କାର୍ଯ୍ୟ କାରଣରୁ ବିଭିନ୍ନ ସମୟରେ ଗରିବ ଏବଂ ଅସହାୟ କୃଷକମାନେ ଗରିବୀ ମଧ୍ୟକୁ ଆହୁରି ଠେଲି ହୋଇ ଯାଇଥାନ୍ତି ।
ଅନେକ କମ୍ପାନୀ ନିଜର ଗୁଣବତ୍ତା ଉତ୍ପାଦକୁ ଲୋକପ୍ରିୟ ବ୍ରାଣ୍ଡକୁ ଆଧାର କରି ବାହାରେ ବିକ୍ରି କରିଥାନ୍ତି । କେବଳ ନିଜର ବ୍ରାଣ୍ଡ ଅନ୍ୟାନ୍ୟ ଉପାୟ ମଧ୍ୟ ଅବଲମ୍ବନ କରୁଛନ୍ତି । ତେବେ ଏସବୁକୁ ସରକାରୀ ସ୍ତରରେ ସତର୍କତାମୂଳକ ପଦକ୍ଷେପ ମାଧ୍ୟମରେ ହିଁ ରୋକାଯାଇପାରିବ । ତେବେ ଏହା ପୂର୍ବରୁ ସଂସଦର ସ୍ଥାୟୀ କମିଟି 2004 ମସିହାରେ ବିହନ ଅଧିନିୟମ ଉପରେ କିଛି ସତର୍କତା ମୂଳକ ପ୍ରସ୍ତାବ ଦେଇଥିଲା । ଉକ୍ତ ପ୍ରସ୍ତାବକୁ ମଧ୍ୟ ନିରୀକ୍ଷଣ ମଧ୍ୟ କରାଯାଇଥିଲା । ସେହି ସମୟରେ ଦିଆଯାଇଥିବା ପ୍ରସ୍ତାବ ବର୍ତ୍ତମାନ ସରକାର ଆଣିବାକୁ ଥିବା ପ୍ରସ୍ତାବ ମଧ୍ୟରେ ପରିଲକ୍ଷିତ ହେଉନାହିଁ । ସରକାର ଏହି ବିଲ ଉପରେ ଦେଶଠାରୁ ଉପଦେଶ ମାଗୁଛନ୍ତି । ଧାରା 21 ଅନୁଯାୟୀ 2019 ବିଧେୟକ ଅନୁସାରେ ଏହା କୁହାଯାଇଛି ଯେ, କୌଣସି କୃଷକ ଏଭଳି କୁପ୍ରଥା କାରଣରୁ ମୃତ୍ୟୁବରଣ କରୁଛନ୍ତି, ସେମାନଙ୍କୁ ବିହନ ବିକ୍ରେତା କମ୍ପାନୀ ଠାରୁ କ୍ଷତିପୁରଣ ଆଦାୟ କରାଯିବ । 1986 ଉପଭୋକ୍ତା ଅଧିନିୟମରେ ମଧ୍ୟ ଏହା ଉଲ୍ଲେଖ ରହିଥିବା ଜଣାପଡ଼ିଛି ।
ତେବେ ଖରାପ ବିହନକୁ ଯଦି ଚାଷୀ ନଷ୍ଟ କରୁଛି, ତେବେ ତାହାର କ୍ଷତିପୁରଣ ମଧ୍ୟ ବିକ୍ରେତା ଠାରୁ ଆଦାୟ କରାଯିବ ବୋଲି 1986 ଉପଭୋକ୍ତା ଅଧିନିୟମ ଅନୁଯାୟୀ ହୋଇପାରିବ । ତେବେ ଖରାପ ବିହନ ଚାଷ ନଷ୍ଟ କରିବାର ଏକ ମାତ୍ର କାରଣ ନୁହେଁ । ଏହି ଖରାପ ବିହନ କାରଣରୁ ଚାଷୀର ସମୟ ଓ ପରିଶ୍ରମ ମଧ୍ୟ ନଷ୍ଟ ହୋଇଥାଏ । ଏହା ସହିତ ଚାଷ କାର୍ଯ୍ୟରେ ଲାଗୁଥିବା ଅନ୍ୟାନ୍ୟ ଜିନିଷ ମଧ୍ୟ ନଷ୍ଟ ହୋଇଥାଏ ।
ଏଭଳି ସମସ୍ୟା ପାଇଁ ଚାଷୀକୁ ଅନେକ ସମୟରେ ଖରାପ ଅବସ୍ଥା ଦେଇ ଗତି କରିବାକୁ ହୋଇଥାଏ । ଏଥିପାଇଁ ଉପଭୋକ୍ତା ଫୋରମକୁ ଚାଷୀମାନଙ୍କ ଏଭଳି ସମୟରେ ସହଯୋଗ କରିବା ସହିତ ଖରାପ ସମୟରେ ଚାଷୀ ସହିତ ଛିଡ଼ା ହେବାର ଆବଶ୍ୟକତା ରହିଛି । ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି, ଉପଭୋକ୍ତା ଫୋରମକୁ ନକଲି ବିହନକୁ ବିକ୍ରି କରୁଥିବା କମ୍ପାନୀ ଗୁଡ଼ିକ ବିରୋଧରେ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି । ତେବେ ଏଭଳି ପଦକ୍ଷେପ ଆସିବାକୁ ଥିବା ବିଧେୟକ ପାଇଁ ନୂଆ ପ୍ରସ୍ତାବ ଭାବେ ଉପସ୍ଥାପିତ କରାଯାଇପାରିବ ।
ଚାଷୀ ସଂଘକୁ ଏହା ମଧ୍ୟ ଲାଗେ କି, ଏଭଳି ମଞ୍ଚ ଏବଂ ସମିତି କୃଷି ସମୁଦାୟଙ୍କ ପାଇଁ ଆବଶ୍ୟକତା ରହିଛି । ଚାଷୀଙ୍କ ସମସ୍ୟା ସମୟରେ ଚାଷୀଙ୍କ ସହିତ ଛିଡ଼ା ହେଉଥିବ । ଏହି ମଞ୍ଚ ନିକଟରେ ଚାଷୀ ତାର ସମସ୍ୟା ଉପସ୍ଥାପିତ କରିପାରିବ । ଏଭଳି ହେବା ଦ୍ବାରା ଏକ ପାରଦର୍ଶିତା ମାପଦଣ୍ଡ ସୃଷ୍ଟି ହେବା ସହିତ ମାନବିକତାର ପରିଚୟ ସୃଷ୍ଟି ହୋଇପାରିବ । ଏହା ବ୍ୟତୀତ ଏହି ବିଧେୟକ ଆଧାରରେ ଉକ୍ତ ନକଲି ବିହନ ସୃଷ୍ଟି କରୁଥିବା କମ୍ପାନୀ ଗୁଡ଼ିକ ଉପରେ ବ୍ୟାନ ଲଗାଯାଇପାରିବ । ଏହି ପରିବର୍ତ୍ତନ କୃଷକ ସମୁଦାୟ ସ୍ବାଗତ କରିଛନ୍ତି । ଏହି ବିଲରେ କୁହାଯାଇଛି, ବ୍ୟବସାୟ ଭିତ୍ତିକ ଫସଲର ମୂଲ୍ୟ ନିୟନ୍ତ୍ରଣ କିଛିଟା କ୍ଷେତ୍ରରେ ନିର୍ଦ୍ଦିଷ୍ଟ କିଛି କମିଟିଙ୍କ ଅଧିନରେ ରହିଛି । ବ୍ୟବସାୟ ଭିତ୍ତିରେ ହେଉଥିବା ଫସଲର ଦର ଧାର୍ଯ୍ୟ କରିବାର କ୍ଷମତା ରାଜ୍ୟ ସରକାରଙ୍କ ନିକଟରେ ରହିବାର ଆବଶ୍ୟକତା ରହିଛି ।
ଏହାକୁ ବିଧେୟକରେ ସାମିଲ କରିବା ପାଇଁ ପ୍ରସ୍ତାବ ଦେବାର ଆବଶ୍ୟକତା ରହିଛି । ଧାରା 40 ଅନୁଯାୟୀ ପରିବେଶ ସଂରକ୍ଷଣ ନିୟମ ଅନୁଯାୟୀ ବିଦେଶୀ ପରିବାର ବିହନର ଦର ପରିବେଶ ସୁରକ୍ଷା ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବାର ଆବଶ୍ୟକ ରହିଛି । ତେବେ ବିଦେଶରୁ ଆସୁଥିବା ବିହନ ଗୁଡ଼ିକ 21 ଦିନ ମଧ୍ୟରେ ଅଲଗା ଅଲଗା ରଖାଯିବାର ଆବଶ୍ୟକତା ରହିଛି ଏବଂ ତାହା ଫସଲ ଉପଯୋଗୀ କି ନୁହେଁ ତାହା ଉପରେ ଅନୁଧ୍ୟାନ କରିବାର ଆବଶ୍ୟକତା ରହିଛି । ଅନୁଧ୍ୟାନ ପରେ ତାହାକୁ ବଜାରରେ ବିକ୍ରି ପାଇଁ ରଖାଯିବାର ଆବଶ୍ୟକତା ରହିଛି । ଏହା ବ୍ୟତୀତ ଶ୍ରମିକଙ୍କ ଦ୍ବାରା ଦିଆଯାଉଥିବା ପ୍ରସ୍ତାବ ଗୁଡ଼ିକୁ ମଧ୍ୟ ବିଧେୟକରେ ସାମିଲ କରିବାର ଆବଶ୍ୟକ ରହିଛି ।
ସାଧାରଣତଃ ଫସଲର ଗୁଣବତ୍ତା 80 ପ୍ରତିଶତ ପର୍ଯ୍ୟନ୍ତ ରହୁଥିବା ବେଳେ ବିହନର ଗୁଣବତ୍ତା ଶତ ପ୍ରତିଶତ ରହିବାର ଆବଶ୍ୟକ ରହିଛି । ଏହି ନିର୍ଦ୍ଧାରିତ ଗୁଣବତ୍ତାଠାରୁ କମ ରହିଲେ ତାହା ଅତ୍ୟନ୍ତ ନିମ୍ନମାନର ବୋଲି ପରିଗଣିତ ହୋଇଥାଏ । ଏହି ଗୁଣବତାର ଆଶ୍ବାସନାର ପ୍ରସ୍ତାବକୁ ବିଧେୟକରେ ଉଲ୍ଲେଖ କରାଯିବାର ଆବଶ୍ୟକତା ରହିଛି । ଧାରା 23 ଅନୁସାରେ ବିହନ ବିକ୍ରିର ଅନୁମତି କେବଳ କୃଷିକ୍ଷେତ୍ରରେ ଡିଗ୍ରୀ ହାସଲ କରିଥିବା ଲୋକମାନଙ୍କୁ ଲାଇସେନ୍ସ ପ୍ରଦାନ କରାଯିବାର ଆବଶ୍ୟକତା ରହିଛି । ଏହା ସହିତ ବିଧେୟକରେ ନକଲି ବିହନ ବିକ୍ରି କରୁଥିବା ଦୋକାନୀଙ୍କ ବିରୋଧରେ ଦଣ୍ଡ ବିଧାନ କରିବାର ଆବଶ୍ୟକ ମଧ୍ୟ ରହିଛି । କମ ଶୁଦ୍ଧତା ବିଶିଷ୍ଟ ବିହନ, କମ ଗୁଣବତ୍ତା ବିଶିଷ୍ଟ ବିହନ, ଚାଷୀମାନଙ୍କୁ ଠକୁଥିବା ବିକ୍ରେତାମାନଙ୍କୁ ଅତି କମରେ ବର୍ଷେ ପର୍ଯ୍ୟନ୍ତ ଜେଲଦଣ୍ଡ କିମ୍ବା ଆର୍ଥିକ ଦଣ୍ଡରେ ଦଣ୍ଡିତ କରିବା ନେଇ ବିଧେୟକରେ ଉଲ୍ଲେଖ ରହିଥିବା ଦର୍ଶାଇଥିଲେ । ଠକ ଦୋକାନୀଙ୍କୁ 25 ହଜାରରୁ 5 ଲକ୍ଷ ପର୍ଯ୍ୟନ୍ତ ଅର୍ଥ ଦଣ୍ଡରେ ଦଣ୍ଡିତ କରିବାର ଉଲ୍ଲେଖ କରିବାର ଆବଶ୍ୟକ ରହିଛି ।
ଏହା ପୂର୍ବରୁ 2004 ମସିହାରେ ଏହି ବିଧେୟକରେ ଦଣ୍ଡସ୍ବରୁପ 50 ହଜାରରୁ 5 ଲକ୍ଷ ପର୍ଯ୍ୟନ୍ତ ଆର୍ଥିକ ଦଣ୍ଡର ବ୍ୟବସ୍ଥା ରହିଥିଲା । ଏହା ସହିତ ପାର୍ଲିଆମେଣ୍ଟ ଷ୍ଟାଣ୍ଡିଂ କମିଟି 10 ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡର ବ୍ୟବସ୍ଥା ମଧ୍ୟ ରହିଥିଲା । ତେବେ 2019 ପରେ ବିଧେୟକକୁ ରୁଢିବାଦୀ ଲୋକେମାନେ ଦଣ୍ଡକୁ କୋହଳ କରିଦେଇଛନ୍ତି । ସଂସଦର ସ୍ଥାୟୀ କମିଟିର ଉପଦେଶ ଅନୁସାରେ ଏହାର ପୁନର୍ବିଚାର କରିବାର ଆବଶ୍ୟକ ରହିଛି । ତେବେ ଏହି କୋହଳ ନିୟମ ଫଳରେ ଅନେକ ଆସାଧୁ ବ୍ୟବସାୟୀ ଫାଙ୍କା ଗଳିଦେଇ ଖସି ଯାଉଥିବା ଦେଖିବାକୁ ମିଳିଛି । ଏଭଳି ବ୍ୟବସାୟୀଙ୍କ ଲାଇସେନ୍ସକୁ ବାତିଲ କରିଦେବାର ଯଥେଷ୍ଟ ଆବଶ୍ୟକ ରହିଥିବା ଜଣାପଡ଼ିଛି । ଏଭଳି କମ୍ପାନୀକୁ ମଧ୍ୟ ପିଡ଼ି ଆକ୍ଟରେ ଅନ୍ତର୍ଭୁକ୍ତ କରାଯିବାର ଆବଶ୍ୟକତା ରହିଛି ।