ନୂଆଦିଲ୍ଲୀ: କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଚଳାଇଥିବା ଚାଷୀମାନେ ଆଜି ଉପବାସ ରହିବେ । ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଉପଲକ୍ଷେ ଚାଷୀମାନେ ସଦଭାବନା ଦିବସ ପାଳିବେ । ଏହା ସହ ଉପବାସ ରହିବେ ବୋଲି ଜଣାପଡିଛି ।
ସିଙ୍ଘୁ ସୀମାରେ ପ୍ରେସ କନଫରେନ୍ସ କରି ଏପରି ସୂଚନା ଦେଇଛନ୍ତି କୃଷକ ନେତା । ଏହାସହ କେନ୍ଦ୍ର ସରକାର ଓ ବିଜେପି ଉପରେ ମଧ୍ୟ ବର୍ଷିଛନ୍ତି ନେତା । ଚାଷୀ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ବିଜେପି ସରକାର ଚକ୍ରାନ୍ତ କରିଥିବା ଦର୍ଶାଇବା ସହ ଏହା ଏବେ ଖୁଲାସା ହୋଇଛି ବୋଲି ଚାଷୀ ନେତା ଜଗଜିତ ସିଂ କହିଛନ୍ତି ।