ଓଡିଶା

odisha

ETV Bharat / bharat

କୃଷି ଋଣ ଛାଡ ପାଇଁ ଚାଷୀଙ୍କ ନିଆରା ଭୂମି ସମାଧି ସତ୍ୟାଗ୍ରହ - ଝାଡଖଣ୍ଡରେ ଚାଷୀଙ୍କ ଭୂମି ସମାଧି ସତ୍ୟାଗ୍ରହ

କୃଷି ଋଣ ଛାଡକୁ ନେଇ ଝାଡଖଣ୍ଡର ଲାତେହାର ଜିଲ୍ଲାରେ କୃଷକମାନେ କରିଛନ୍ତି ନିଆରା ଢଙ୍ଗରେ ବିରୋଧ ପ୍ରଦର୍ଶନ । ଆରମ୍ଭ ହୋଇଛି କୃଷକ ଭାଇମାନଙ୍କରେ ଭୂମି ସମାଧି ସତ୍ୟାଗ୍ରହ ।

Farmers start Samadhi Satyagraha in jharkhand, jharkhand latest news, farmers unique protest in jharkhand, ଝାଡଖଣ୍ଡରେ ଚାଷୀଙ୍କ ନିଆରା ସତ୍ୟାଗ୍ରହ, ଝାଡଖଣ୍ଡରେ ଚାଷୀଙ୍କ ଭୂମି ସମାଧି ସତ୍ୟାଗ୍ରହ, ଝାଡଖଣ୍ଡ ଲାଟେଷ୍ଟ ନ୍ୟୁଜ୍‌
କୃଷି ଋଣ ଛାଡ ପାଇଁ ଚାଷୀଙ୍କ ନିଆରା ଭୂମି ସମାଧି ସତ୍ୟାଗ୍ରହ

By

Published : Feb 25, 2020, 6:44 AM IST

ରାଞ୍ଚି: କୃଷି ଋଣ ଛାଡକୁ ନେଇ ଝାଡଖଣ୍ଡର ଲାତେହାର ଜିଲ୍ଲାରେ କୃଷକମାନେ କରିଛନ୍ତି ନିଆରା ଢଙ୍ଗରେ ବିରୋଧ ପ୍ରଦର୍ଶନ । ଆରମ୍ଭ ହୋଇଛି କୃଷକ ଭାଇମାନଙ୍କରେ ଭୂମି ସମାଧି ସତ୍ୟାଗ୍ରହ । ଏଥିସହ ସରକାରଙ୍କୁ ଅବିଳମ୍ବେ କୃଷି ଋଣ ଛାଡ କରିବା ପାଇଁ ଆବେଦନ କରିଛନ୍ତି ।

କୃଷି ଋଣ ଛାଡ ପାଇଁ ଚାଷୀଙ୍କ ନିଆରା ଭୂମି ସମାଧି ସତ୍ୟାଗ୍ରହ

ସୂଚନା ଅନୁଯାୟୀ କୃଷକ ସଂଘ ସହ ଜଡିତ କୃଷକ ଭାଇମାନେ ଲାତେହାରର ଚନ୍ଦବାରେ ଏହି ଭୂମି ସମାଧି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ନିଆରା ସତ୍ୟାଗ୍ରହରେ ଚାଷୀମାନେ ଜେଏମଏମ ଓ କଂଗ୍ରେସ ଉପରକୁ ମଧ୍ୟ ଆକ୍ଷେପ କରିଛନ୍ତି । ସେମାନଙ୍କ କହିବା ମୁତାବକ ଏହି ଦୁଇ ଦଳ ବିଧାନସଭାରେ ଚାଷୀମାନଙ୍କ ପାଇଁ ଅସୁବିଧା ଦୂର କରିବା ପାଇଁ କହିଥିଲେ ।

ଏନେଇ ନିର୍ବାଚନରେ ଭୋଟ ମଧ୍ୟ ହାତେଇଥିଲେ ଦୁଇ ଦଳ । ହେଲେ ଗାଦି ହାତେଇବାର 2 ମାସ ବିତିଥିଲେ କୌଣସି ସୁଫଳ ମିଳିପାରିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details