ଓଡିଶା

odisha

ETV Bharat / bharat

ଚାଷୀ ଆନ୍ଦୋଳନ: ଟିକିରି ସୀମାରେ ସୁରକ୍ଷା ବ୍ୟବସ୍ଥା କଡାକଡି - ଦିଲ୍ଲୀରେ ଚାଷୀ ଆନ୍ଦୋଳନ

ଚାଷୀ ଆନ୍ଦୋଳନ ରାଜଧାନୀରେ ଜାରି ରହିଥିବାରୁ ଟିକିରି ସୀମାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥାକୁ ଜାରି ରଖାଯାଇଛି । ଅଧିକ ପଢନ୍ତୁ...

Farmer's Protest: Heavy security continues at Tikri border
ଚାଷୀ ଆନ୍ଦୋଳନ: ଟିକିରୀ ସୀମାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଜାରି

By

Published : Feb 7, 2021, 2:13 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ଆଇନ ବରୋଧରେ ଗତ 74 ଦିନରେ ପହଞ୍ଚିଥିବା ବେଳେ ଦିଲ୍ଲୀ-ହରିୟାଣାର ଟିକିରି ସୀମାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଜାରି ରହିଛି । ବ୍ୟାରିକେଡ ନିକଟରେ ବହୁ ସଂଖ୍ୟାରେ ପୋଲିସ ଫୋର୍ସ ମୁତୟନ ହୋଇଥିବା ଦେଖିବାକୁ ମିଳିଛି ।

ଗତ ଶନିବାର ଏହି ଆଇନକୁ ବିରୋଧ କରି ଚାଷୀମାନେ ଚକ୍କା ଜାମ ଆନ୍ଦୋଳନ କରିଥିଲେ । ଏହି ଆନ୍ଦୋଳନ ପରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ତେବେ ଗତ ନଭେମ୍ବରରୁ ଜାରି ରହିଥିବା ଆନ୍ଦୋଳନରେ ପ୍ରାୟ 60ରୁ ଊର୍ଦ୍ଧ୍ବ ଚାଷୀମାନେ ମୃତ୍ୟୁବରଣ କରିଛନ୍ତି । କେନ୍ଦ୍ର ସରକାର ଏହି ଆଇନକୁ ପ୍ରତ୍ୟାହାର କରିବା ଉଚିତ, ଯାହାଦ୍ବାରା ଚାଷୀମାନେ ଘରକୁ ଯାଇପାରିବେ ବୋଲି ପଞ୍ଜାବର ଛନରଞ୍ଜିତ ସିଂ କହିଛନ୍ତି । ତେବେ ଆଇନ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନକୁ ଶାନ୍ତିପୂର୍ଣ୍ଣ ଭାବେ ଜାରି ରଖାଯିବ ବୋଲି ସେ କହିଛନ୍ତି ।

ଚାଷୀମାନେ ଗତ ଶନିବାର କରଥିବା ଚକ୍କା ଜାମ ଆନ୍ଦୋଳନକୁ ମଧ୍ୟ ଶାନ୍ତିପୂର୍ଣ୍ଣ ଭାବେ କରିଥିଲେ । ଏହି ଆନ୍ଦୋଳନରେ ବହୁ ସଂଖ୍ୟକ ଲୋକ ସାମିଲ ହୋଇଥିଲେ । ଆନ୍ଦୋଳନରତ ଚାଷୀଙ୍କ ସମସ୍ୟା ସହିତ ଅନ୍ୟ ଲୋକମାନେ ସହମତ ପ୍ରକାଶ କରୁଥିବା ସମ୍ପର୍କରେ ସରକାରଙ୍କୁ ଦର୍ଶାଇବା ପାଇଁ ଏହି ଆନ୍ଦୋଳନ କରାଯାଇଥିଲା ବୋଲି ଭାରତୀୟ କିଷାନ ୟୁନିଅନର ସଦସ୍ୟ କୁଲଦୀପ ସିଂହ ଦାଣ୍ଡା କହିଛନ୍ତି । ତେବେ ଆଇନ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ଦେଶର ଅନ୍ୟ ଚାଷୀମାନେ ଏହିଭଳି ଭାବେ ସେମାନଙ୍କ ସପକ୍ଷରେ ରହିଥାନ୍ତୁ ବୋଲି ଆନ୍ଦୋଳନରତ ଚାଷୀମାନେ କହିଛନ୍ତି ।

ଦିଲ୍ଲୀ-ଏନସିଆର ଅଞ୍ଚଳରେ ପ୍ରାୟ 50 ହଜାର ପୋଲିସ ମୁତୟନ ହୋଇଛନ୍ତି । ତେବେ କୃଷି ଆଇନକୁ ବିରୋଧରେ ଗତବର୍ଷ ନଭେମ୍ବର 26 ତାରିଖରୁ ରାଜଧାନୀର ବିଭିନ୍ନ ସୀମାରେ ଚାଷୀ ଆନ୍ଦୋଳନ ଜାରି ରହିଛି । ଏହି ଆନ୍ଦୋଳନରେ ପ୍ରାୟ 60ରୁ ଅଧିକ ଚାଷୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

@ANI

ABOUT THE AUTHOR

...view details