ଓଡିଶା

odisha

By

Published : Feb 1, 2021, 8:47 AM IST

ETV Bharat / bharat

କୃଷକ ଆନ୍ଦୋଳନ: ଗାଜିପୁର ସୀମାରେ ସୁରକ୍ଷା କଡାକଡି

କୃଷକ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଗାଜିପୁର ସୀମାରେ ସୁରକ୍ଷା କଡାକଡି କରାଯାଇଛି । ଅଧିକ ପଢନ୍ତୁ...

କୃଷକ ଆନ୍ଦୋଳନ
କୃଷକ ଆନ୍ଦୋଳନ

ନୂଆଦିଲ୍ଲୀ : କୃଷକମାନେ ଆନ୍ଦୋଳନ କରୁଥିବା ଗାଜିପୁର (ଦିଲ୍ଲୀ-ଉତ୍ତରପ୍ରଦେଶ) ସୀମାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ନୂଆ କୃଷି ଆଇନକୁ ବିରୋଧ କରି ସୀମାରେ ଚାଲିଥିବା ଆନ୍ଦୋଳନକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି ।

ସେହିପରି ଦିଲ୍ଲୀ ପୋଲିସ ପକ୍ଷରୁ ଅକ୍ଷରଧାମ ନିକଟରେ ଦିଲ୍ଲୀ-ଗାଜିଆବାଦ ଜାତୀୟ ରାଜପଥ-24କୁ ବନ୍ଦ କରିଦିଆଯାଇଛି । ଗାଜିପୁରରେ କୃଷକଙ୍କ ଆନ୍ଦୋଳନ 66 ଦିନରେ ପହଞ୍ଚିଥିବାବେଳେ ଏଠାରେ ସୁରକ୍ଷାକୁ କଡାକଡି କରାଯାଇଛି । ସରକାର ଏଠାରୁ ଚାଷୀଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିବାବେଳେ ଦୁଇରୁ ତିନି ଦିନ ହେବ ଏଠାରେ ଅଧିକରୁ ଅଧିକ ଚାଷୀଙ୍କ ସମାଗମ ହେଉଥିବା ଦେଖାଦେଇଛି ।

ଯାହାକୁ ଦୃଷ୍ଟିରେ ରଖି ଏଠାରେ ଅଧିକ ପୋଲିସ ଫୋର୍ସ ମୁତୟନ କରାଯିବା ସହ ସୁରକ୍ଷାକୁ ଅଧିକ ଧ୍ୟାନ ଦିଆଯାଇଛି । ସୂଚନାଥାଉକି, ନୂଆ କୃଷି ଆଇନକୁ ବିରୋଧ କରି ନଭେମ୍ବର 26 ତାରିଖରୁ ଦିଲ୍ଲୀର ବିଭିନ୍ନ ସୀମାରେ କୃଷକମାନେ ଧାରଣା ଦେଇଛନ୍ତି । କୃଷି ସମ୍ବନ୍ଧୀୟ ତିନୋଟି ଆଇନକୁ ଉଚ୍ଛେଦ କରିବାକୁ ସେମାନେ ଦାବି କରୁଛନ୍ତି ।

ABOUT THE AUTHOR

...view details