ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି । ଆଜି 27 ଦିନରେ ପହଞ୍ଚିଛି କୃଷକଙ୍କ ଧାରଣା । ଆଲୋଚନା ପାଇଁ ପରବର୍ତ୍ତୀ ତାରିଖ ସମ୍ପର୍କରେ କେନ୍ଦ୍ରର ଚିଠିରେ କୌଣସି ନୂଆ କଥା ବୋଲି ଚାଷୀ ଦାବି କରିଛନ୍ତି । ସେପଟେ ଆଜି କୃଷକ ସଙ୍ଗଠନ ପୁଣି ଏକ ବୈଠକ କରିବେ।
ଗତ 4 ସପ୍ତାହ ଧରି ଦିଲ୍ଲୀର ବିଭିନ୍ନ ସୀମାରେ ହରିଆଣା ଓ ଉତ୍ତରପ୍ରଦେଶର ଚାଷୀମାନେ ପ୍ରଦର୍ଶନ କରୁଛନ୍ତି । ସୋମବାର ଆଇନକୁ ରଦ୍ଦକୁ ଦାବି କରି ଅନଶନରେ ବସିଥିଲେ । ଏବେ ବିହାର ଭଳି ଅନ୍ୟ ରାଜ୍ୟର କୃଷକଙ୍କ ସମର୍ଥନ ଲାଗି ପ୍ରୟାସ କରିବେ କୃଷକ ନେତା ।
କୃଷି ମନ୍ତ୍ରଣାଳୟର ଯୁଗ୍ମ ସଚିବ ବିବେକ ଅଗ୍ରୱାଲ 40 କିସାନ ସଙ୍ଗଠନର ନେତାଙ୍କୁ ଚିଠି ଲେଖି ଆଇନରେ ସଂଶୋଧନ ପାଇ ପୂର୍ବ ପ୍ରସ୍ତାବ ଉପରେ ସେମାନଙ୍କର ଆଶଙ୍କା ବିଷୟରେ ଜଣାଇଛନ୍ତି । ଏବଂ ଆନ୍ଦୋଳନକୁ ତୁରନ୍ତ ଶେଷ କରିବାକୁ ପରବର୍ତ୍ତୀ ପର୍ଯ୍ୟାୟରେ ଆଲୋଚନା ପାଇଁ ଏକ ତାରିଖ ନିର୍ଦ୍ଧାରିତ କରିବାକୁ କହିଛନ୍ତି ।