ନୂଆଦିଲ୍ଲୀ: ଦିଲ୍ଲୀ ସୀମାରେ କୃଷକମାନେ ଚଳାଇଥିବା ଆନ୍ଦୋଳନ ଜାରି ରହିଛି । 15 ଦିନରେ ଏହି ଆନ୍ଦୋଳନ ପହଞ୍ଚିଥିବାବେଳେ ଆସନ୍ତା 14 ତାରିଖରେ ଦେଶବ୍ୟାପୀ ପ୍ରଦର୍ଶନ କରାଯିବ ବୋଲି ଚାଷୀଙ୍କ ପକ୍ଷରୁ କୁହାଯାଇଛି ।
କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । ଯାହାକୁ ଦେଶବ୍ୟାପୀ ସମର୍ଥନ ମିଳୁଥିବା ଦେଖିବାକୁ ମିଳୁଛି । ବିରୋଧୀ ଦଳଗୁଡିକ ଚାଷୀଙ୍କ ସପକ୍ଷରେ ବାହାରିବା ସହିତ ତିନୋଟି କୃଷି ଆଇନକୁ ସରକାର ପ୍ରତ୍ୟାହାର କରିବାକୁ ସେମାନେ ଦାବି କରିଛନ୍ତି ।
ଅନ୍ୟପଟେ ସରକାର ଓ ଚାଷୀଙ୍କ ମଧ୍ୟରେ ହେବାକୁ ଥିବା ଷଷ୍ଠ ପର୍ଯ୍ୟାୟ ଆଲୋଚନା ବାତିଲ ହୋଇଛି । ସରକାର ଆଇନରେ କିଛି ପରିବର୍ତ୍ତନ କରିବାକୁ ଲିଖିତ ପ୍ରସ୍ତାବ ଦେଇଥିବାବେଳେ ଏମଏସପିକୁ ଗ୍ୟାରେଣ୍ଟି କରିବାକୁ ଅଡି ବସିଛନ୍ତି ଚାଷୀ । ଯେଉଁଥିପାଇଁ ସରକାରଙ୍କ ପ୍ରସ୍ତାବକୁ ନମାନି ଷଷ୍ଠ ପର୍ଯ୍ୟାୟ ବୈଠକକୁ ବାତିଲ କରିଛନ୍ତି ।