ଲକ୍ଷ୍ନୌ: ଲକ ଡାଉନ୍ ପ୍ରଭାବ ଯୋଗୁଁ ପ୍ରଭାବିତ ହୋଇଛନ୍ତି ପରିବା ଚାଷୀ । ପରିବହନ ଖର୍ଚ୍ଚ ବହନ କରିପାରୁ ନ ଥିବାରୁ ମୋରଦାବାଦ ସୁରଜ ନଗର ଅଞ୍ଚଳର ଚାଷୀମାନେ ନିଜ କ୍ଷେତ ନିକଟ ରାସ୍ତାରେ ପନିପରିବା ବିକ୍ରି କରୁଥିବା ଦେଖାଯାଇଛି । ପରିବା ବିକାଳୀ ଜାହାଙ୍ଗୀରଙ୍କ କହିବା ଅନୁସାରେ "ଆମେ କ୍ଷେତରୁ ସିଧାସଳଖ ପନିପରିବା କିଣୁଛୁ। ଅନେକ ସମସ୍ୟାର ସମ୍ମୁଖୀନ ହେଉଛୁ। ଚାଷୀମାନେ ଏଠାରେ ପନିପରିବା ବିକ୍ରି କରୁଛନ୍ତି।"
ଅନ୍ୟ ଜଣେ ବେପାରୀ କହିଛନ୍ତି, "ବର୍ତ୍ତମାନ ସ୍ଥିତିରେ ମଣ୍ଡି ଯିବାରେ ଅନେକ ଅସୁବିଧା ହେଉଛି । ଯଦି ଆମେ ସେଠାକୁ ଯାଆନ୍ତୁ ତେବେ ପରିବହନ ଖର୍ଚ୍ଚ ମଧ୍ୟ ଦେଇ ପାରିବୁ ନାହିଁ । ତେଣୁ ଆମେ ଏଠାରେ କେବଳ ପନିପରିବା ବିକ୍ରି କରୁଛୁ । ପ୍ରାୟ କମ ଲୋକ କିଣିବାକୁ ଆସୁଛନ୍ତି । ତଥାପି ଆମେ ଗ୍ରାହକଙ୍କ ଅପେକ୍ଷାରେ ଖରାବର୍ଷାରେ ସେମିତି ବସି ରହୁଛୁ"। ଚାଷୀ ମଧ୍ୟ ସମାନ କଥା କହିଛନ୍ତି । ଯେ ଯଦି ସେମାନେ ବଜାରକୁ ଯାଆନ୍ତି, ତେବେ ପରିବହନ ଖର୍ଚ୍ଚ ବହନ କରିପାରିବେ ନାହିଁ ।