ଓଡିଶା

odisha

ETV Bharat / bharat

କୃଷି ଆଇନକୁ ବିରୋଧ, ବିଫଳ କେନ୍ଦ୍ର-କୃଷି ସଂଗଠନର ଆଲୋଚନା - farmer unions and agriculture ministry talks

କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନକୁ ନେଇ କ୍ରମାଗତ ଭାବେ ବିବାଦ ଜାରି ରହିଛି। ପଞ୍ଜାବ, ହରିୟାଣା ସମେତ ଉତ୍ତର ଭାରତର ଅନେକ ରାଜ୍ୟରେ ବିରୋଧ ପ୍ରଦର୍ଶନ କରାଯାଉଛି ।

କୃଷି ଆଇନକୁ ବିରୋଧ
କୃଷି ଆଇନକୁ ବିରୋଧ

By

Published : Oct 14, 2020, 3:30 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନକୁ ନେଇ କ୍ରମାଗତ ଭାବେ ବିବାଦ ଜାରି ରହିଛି। ପଞ୍ଜାବ, ହରିୟାଣା ସମେତ ଉତ୍ତର ଭାରତର ଅନେକ ରାଜ୍ୟରେ ବିରୋଧ ପ୍ରଦର୍ଶନ କରାଯାଉଛି । ଏନେଇ ବୁଧବାର କେନ୍ଦ୍ର ସରକାର କୃଷକ ସଂଗଠନ ସହ ଆଲୋଚନା କରିଛନ୍ତି । ପଞ୍ଜାବର ମୋଟ 7ଟି କୃଷକ ସଙ୍ଗଠନ ଦିଲ୍ଲୀର କୃଷି ମନ୍ତ୍ରଣାଳୟରେ ପହଞ୍ଚି ସେଠାରେ ଅଧିକାରୀଙ୍କ ସହ ଏହି ଆଇନ ଉପରେ ଆଲୋଚନା କରିଛନ୍ତି ।

ତେବେ କେନ୍ଦ୍ର ଏବଂ କୃଷକ ସଂଗଠନ ମଧ୍ୟରେ ଆଲୋଚନାର ଫଳାଫଳ ବାହାରି ପାରିନି । ମନ୍ତ୍ରଣାଳୟରେ ଆଲୋଚନା ପରେ କୃଷକ ସଂଗଠନର ପ୍ରତିନିଧିମାନେ ବାହାରକୁ ଆସି କହିଥିଲେ ଯେ, ମନ୍ତ୍ରାଳୟ କେବଳ ଏହି ବିଲ୍ ଉପରେ ବିଶ୍ବାସ କରିବାକୁ କହିଥିଲେ ମାତ୍ର ବିବାଦୀୟ ବିଷୟ ଗୁଡିକ ହଟାଇବା ନେଇ କୌଣସି ତଥ୍ୟ ରଖିନଥିଲେ ।

କୃଷି ମନ୍ତ୍ରଣାଳୟ ପକ୍ଷରୁ ସଞ୍ଜୟ ଅଗ୍ରୱାଲ ଏହି ବୈଠକରେ ଉପସ୍ଥିତ ରହି ସଂଗଠନ ଗୁଡିକୁ ବୁଝାଇଥିଲେ । ପ୍ରକାଶଥାଉକି, ସଂସଦରେ ଏହି ଆଇନ ପାରିତ ହେବା ପରେ ବିବାଦ ଜାରି ରହିଛି । ବଜାର ବାହାରେ ଫସଲ ବିକ୍ରି, ଘରୋଇ ଚାଷ ପ୍ରତି ପ୍ରୋତ୍ସାହନ ଭଳି ନୂତନ କୃଷି ନିୟମ ଅନୁଯାୟୀ ପ୍ରସ୍ତାବ ଅଣାଯାଇଛି। ତେବେ ଅନେକ କୃଷି ସଂଗଠନ ଏବଂ ରାଜନୈତିକ ଦଳ ଏହି ନିୟମକୁ କୃଷକ ବିରୋଧୀ ବୋଲି କହୁଛନ୍ତି।

ABOUT THE AUTHOR

...view details