ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ନେଇ ଦିଲ୍ଲୀ ସୀମାରେ ଦୀର୍ଘ 18 ଦିନରୁ ଜାରି ରହିଛି ଚାଷୀଙ୍କ ଆନ୍ଦୋଳନ । ସେପଟେ ଚାଷୀଙ୍କୁ ବୁଝାଇବା ପାଇଁ କେନ୍ଦ୍ର ସରକାରଙ୍କ ମନ୍ତ୍ରୀଙ୍କ ମଧ୍ୟରେ ପର୍ଯ୍ୟାଯ କ୍ରମେ ଚାଲିଛି ଆଲୋଚନା । ଏହାରି ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ସୋମପ୍ରକାଶ । ତେବେ ଅନ୍ୟପକ୍ଷେ ଏହି ପ୍ରଦର୍ଶନରେ ଅସାମାଜିକ ଲୋକଙ୍କ ସାମିଲକୁ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଚାଷୀନେତା ରାକେଶ ଟିକାୟତ ।
ଭାରତୀୟ କୃଷି ସଂଗଠନର ନେତା ରାକେଶ ଟିକାୟତ କହିଛନ୍ତି, ପ୍ରଦର୍ଶନ ମଧ୍ୟରେ ଅସାମାଜିକ ବ୍ୟକ୍ତି ଯେପରି ହସ୍ତକ୍ଷେପ ନକରନ୍ତି, ସେଥିପାଇଁ ଆମକୁ ଧ୍ୟାନ ଦେବାକୁ ପଡିବ । ଯଦି ସରକାର ଆଲୋଚନା କରିବାକୁ ଚାହୁଁଛନ୍ତି, ତାହେଲେ ଆମେ ଏକ କମିଟି ଗଠନ କରିବୁ ।