ନୂଆଦିଲ୍ଲୀ:କେନ୍ଦ୍ର ସରକାରଙ୍କ ଆଇନ ବିରୋଧରେ ରାଜଧାନୀରେ ଆନ୍ଦୋଳନ ଜାରି ରହିଥିବାବେଳେ ଚାଷୀଙ୍କ ମୃତ୍ୟୁ ମଧ୍ୟ ଘଟୁଛି । ତେବେ ମଙ୍ଗଳବାର ସିଂଘୁ ସୀମାରେ ଜଣେ ହରିୟାଣା ଚାଷୀଙ୍କ ମୃତ୍ୟୁ ଘଟିଛି । ଚାଷୀଙ୍କ ମୃତ୍ୟୁ ହୃଦଘାତ ପାଇଁ ହୋଇଥିବା ଆଶଙ୍କା କରାଯାଉଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।
ସିଂଘୁ ସୀମାରେ ଗତ 75 ଦିନ ଧରି କୃଷି ଆଇନ ବିରୋଧରେ ଆନ୍ଦୋଳନ ଜାରି ରହିଛି । ସରକାର ଓ ଆନ୍ଦୋଳନରତ ଚାଷୀଙ୍କ ମଧ୍ୟରେ ବିବାଦ ବଢୁଥିବାବେଳେ ଏହାରି ମଧ୍ୟରେ ଚାଷୀଙ୍କ ମୃତ୍ୟୁ ମଧ୍ୟ ଘଟୁଛି । ମୃତ୍ୟୁବରଣ କରିଥିବା ଚାଷୀ ହରିୟାଣା ପାନିପତର ହରେନ୍ଦ୍ର(50) ବୋଲି ଜଣାପଡିଛି । ତେବେ ଏହି ଚାଷୀ ଜଣକ ରାତ୍ରିଭୋଜନ ଶେଷ କରି ଶୋଇଥିଲେ । ସକାଳେ ନ ଉଠିବାରୁ ସ୍ଥାନୀୟ ଚାଷୀମାନେ ପୋଲିସକୁ ଖବର ଦେଇଥିଲେ ।