ହାଇଦ୍ରାବାଦ: ୟୁରିଆ ସାର ପାଇଁ ଧାଡିରେ ଛିଡା ହୋଇଥିବାବେଳେ ହୃଦଘାତ ହେବାରୁ ଜଣେ କୃଷକଙ୍କ ମୃତ୍ୟୁ ହୋଇଛି । ଏହି ସିଦ୍ଦିପେଟ୍ଟା ଜିଲ୍ଲାର ଡୁବାକାରେ ଏହି ଘଟଣା ଘଟିଛି ।
ଧାଡିରେ 2 ଦିନ: ୟୁରିଆ ନେଲା ଜୀବନ
ୟୁରିଆ ସାର ପାଇଁ ଧାଡିରେ ଛିଡା ହୋଇଥିବାବେଳେ ହୃଦଘାତ ଘଟିବାରୁ ଜଣେ କୃଷକଙ୍କ ମୃତ୍ୟୁ ହୋଇଛି ।
ଫଟୋ ସୌଜନ୍ୟ: ଇଟିଭି ଭାରତ
ସୂଚନାଯୋଗ୍ୟ, ଥିମୟପଲ୍ଲୀ ଗାଁର ବାସିନ୍ଦା ଏଲୟା ଚାଷ କାମ ପାଇଁ ୟୁରିଆ ଆଣିବାକୁ ଯାଇ ଧାଡିରେ ଛିଡା ହୋଇରହିଥିଲେ । ଏପରିକି ସେ ଦୁଇ ଦିନ ହେଲା ଧାଡିରେ ଅପେକ୍ଷା କରିଥିଲେ ବୋଲି ଗ୍ରାମବାସୀ କହିଛନ୍ତି । ଆଜି ଧାଡିରେ ରହିଥିବା ସମୟରେ ତାଙ୍କର ହୃଦଘାତ ହୋଇଥିଲା । ସେଠାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।