ଓଡିଶା

odisha

ETV Bharat / bharat

କର୍ଣ୍ଣାଟକରେ 10 ଏକର ପିଆଜ ଫସଲକୁ ନଷ୍ଟ କଲେ ଚାଷୀ

ପ୍ରବଳ ବର୍ଷାରେ ନଷ୍ଟ ହୋଇଯାଇଥିବା ପିଆଜ ଚାଷଜମିକୁ କର୍ଣ୍ଣାଟକର ଚିତ୍ରଦୁର୍ଗ ଅଞ୍ଚଳର ଜଣେ ଚାଷୀ ଟ୍ରାକ୍ଟର ଯୋଗେ ନଷ୍ଟ କରିଛନ୍ତି । ଅଧିକ ପଢନ୍ତୁ...

କର୍ଣ୍ଣାଟକରେ 10 ଏକର ପିଆଜ ଫସଲକୁ ନଷ୍ଟ କଲେ ଚାଷୀ
କର୍ଣ୍ଣାଟକରେ 10 ଏକର ପିଆଜ ଫସଲକୁ ନଷ୍ଟ କଲେ ଚାଷୀ

By

Published : Sep 19, 2020, 10:52 PM IST

ବେଙ୍ଗାଲୁରୁ: ପ୍ରବଳ ବର୍ଷା ଯୋଗୁଁ 10 ଏକର ପିଆଜ ଫସଲ ନଷ୍ଟ । ଫଳରେ ଚାଷୀ ଏବେ ଚିନ୍ତାରେ । ଏ ନେଇ ଉକ୍ତ ଚାଷୀ ଜଣଙ୍କ ମୁଣ୍ଡରେ ହାତ ଦେଇ ବସିଛି ।

କର୍ଣ୍ଣାଟକର ଚିତ୍ରଦୁର୍ଗ ଅଞ୍ଚଳର ଏହି ଚାଷୀ ଜଣକ ହତାଶ ହୋଇ ବଳକା ରହିଯାଇଥିବା ପିଆଜ ଫସଲକୁ ଟ୍ରାକ୍ଟର ଚଢାଇ ନଷ୍ଟ କରିଛନ୍ତି । ଜମିରେ ସେ ଏକରକୁ 75 ହଜାର ହିସାବରେ ସେ 8 ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ।

ଯେତେବେଳେ ଅଧିକାରୀମାନେ କ୍ଷେତ ପରିଦର୍ଶନ କରିଥିଲେ କୃଷକମାନେ ରାଗିଯାଇ କହିଥିଲେ, ଟେଲିଭିଜନ୍ ଖବରରେ ଦିନସାରା ଡ୍ରଗ୍ ନ୍ୟୁଜ୍ ଦେଖାଉଛନ୍ତି କିନ୍ତୁ କୃଷକମାନଙ୍କ ଉଦ୍ୟମ, ସମସ୍ୟାଗୁଡିକ ଲୋକଙ୍କୁ ଦେଖାଉନାହାଁନ୍ତି । ଅସନ୍ତୋଷ ହେତୁ ଆମକୁ ଆତ୍ମହତ୍ୟା କରିବାକୁ ଦିଅନ୍ତୁ ନାହିଁ ବୋଲି କହିଛନ୍ତି |

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details