ଓଡିଶା

odisha

ETV Bharat / bharat

କୃଷି ବିଲ 2020: ଶିବସେନା ଓ ଏନସିପିର ସମର୍ଥନ ମାଗିଲେ ରାଜନାଥ - ଶିବସେନା ଓ ଏନସିପିର ସମର୍ଥନ ମାଗିଲେ ରାଜନାଥ

୨୪୫ ସଦସ୍ୟ ବିଶିଷ୍ଟ ରାଜ୍ୟସଭାରେ ବିଜେପି ନେତୃତ୍ୱରେ ଏନଡିଏ ପାଖରେ ବହୁମତ ନାହିଁ । ରାଜ୍ୟସଭାରେ ଏବେ ବହୁମତ ହେଉଛି ୧୨୨ । ରାଜ୍ୟସଭାରେ ବିଜେପିର 86 ଜଣ ସାଂସଦ ଅଛନ୍ତି । ଫଳରେ ସରକାରଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାସ୍ କରିବାକୁ ବିରୋଧୀଙ୍କ ଉପରେ ନିର୍ଭର ହେବାକୁ ପଡିଛି ।

ଶିବସେନା ଓ ଏନସିପିର ସମର୍ଥନ ମାଗିଲେ ରାଜନାଥ
ଶିବସେନା ଓ ଏନସିପିର ସମର୍ଥନ ମାଗିଲେ ରାଜନାଥ

By

Published : Sep 20, 2020, 11:11 AM IST

ନୂଆଦିଲ୍ଲୀ: କୃଷି ବିଲ 2020 ଲୋକସଭାରେ ପାରିତ ହେବା ପରେ ଆଜି ରାଜ୍ୟସଭାରେ ବିଲ ଆଗତ କରିଛନ୍ତି କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ରାଜ୍ୟସଭାରେ କୃଷି ବିଧେୟକ ଆଗତ କରିବା ସମୟରେ ମନ୍ତ୍ରୀ କହିଥିଲେ ଏହା ସମସ୍ତ କୃଷକଙ୍କ ଜୀବନଶୈଳୀକୁ ପରିବର୍ତ୍ତନ କରିବ । ସେପଟେ ଏହି ବିଲକୁ କଂଗ୍ରେସ ବିରୋଧ କରିବା ସହ ବିଲକୁ କୃଷକଙ୍କ ଡେଥ ୱାରେଣ୍ଟ କହି ଏହାକୁ ସମର୍ଥନ କରିବ ନାହିଁ ବୋଲି ଜଣାଇ ଦେଇଛି ।

ସେପଟେ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶିବସେନା ଏବଂ ଏନସିପି ନେତାଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି । କୃଷି ବିଲ୍ ସମର୍ଥନ ଦେବାକୁ ନିବେଦନ କରିଥିବା ଜଣାପଡିଛି। ରାଜ୍ୟସଭାରେ ବିଜେପିର ସଂଖ୍ୟା ଗରିଷ୍ଠତା ନଥିବାରୁ ସରକାରଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାସ୍ କରିବାକୁ ବିରୋଧୀଙ୍କ ଉପରେ ନିର୍ଭର ହେବାକୁ ପଡିଛି ।

୨୪୫ ସଦସ୍ୟ ବିଶିଷ୍ଟ ରାଜ୍ୟସଭାରେ ବିଜେପି ନେତୃତ୍ୱରେ ଏନଡିଏ ପାଖରେ ବହୁମତ ନାହିଁ । ରାଜ୍ୟସଭାରେ ଏବେ ବହୁମତ ହେଉଛି ୧୨୨ । ରାଜ୍ୟସଭାରେ ବିଜେପିର 86 ଜଣ ସାଂସଦ ଅଛନ୍ତି ।

ଏହି ବିଲ ବର୍ତ୍ତମାନ ରାଜ୍ୟସଭାରେ ପାରିତ ହେବାକୁ ନେଇ ବଡ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । କାରଣ ଏହି ବିଲକୁ ଏନଡିଏ ପୁରୁଣା ସହଯୋଗୀ ଶିରୋମଣି ଅକାଳି ଦଳ ବିରୋଧ କରିବା ପରେ ସରକାରଙ୍କୁ ଗୃହ ଭିତରେ ଓ ବାହାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।

ABOUT THE AUTHOR

...view details