ଓଡିଶା

odisha

ETV Bharat / bharat

ଏକାଦଶ ରୁଦ୍ର ଶିବ ମନ୍ଦିରର ରହିଛି ବିଶେଷ ମହତ୍ବ, ପୂର୍ଣ୍ଣ ହୁଏ ସବୁ ମନସ୍କାମନା - ସୋମବାର

ଶ୍ରାବଣ ମାସର ଶେଷ ସୋମବାରରେ ବିହାରର ଏକାଦଶ ରୁଦ୍ର ଶିବ ମନ୍ଦିରରେ ଜଳାଭିଷେକ ସହ ପୂଜାର୍ଚ୍ଚନା କରି ଶିବ କୃପା ଲାଭ କରୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

By

Published : Aug 12, 2019, 12:34 PM IST

ପାଟନା: ଆଜି ଶ୍ରାବଣ ମାସର ଶେଷ ସୋମବାର । ଏହି ଅବସରରେ ଶୈବ ପୀଠ ଗୁଡିକରେ ଶ୍ରଦ୍ଧାଳୁଙ୍କ ପ୍ରବଳ ମାତ୍ରାରେ ଭିଡ ଦେଖିବାକୁ ମିଳିଛି । କାଉଡିଆ ଓ ଶ୍ରଦ୍ଧାଳୁମାନେ ଜଳ ଢାଳି ନିଜର ମନସ୍କାମନା ପୂର୍ଣ୍ଣ କରୁଛନ୍ତି ।

ବିହାରସ୍ଥିତ ମଧୁବନୀ ଜିଲ୍ଲାରେ ଥିବା ଏକାଦଶ ରୁଦ୍ର ଶିବ ମନ୍ଦିରରେ ମଧ୍ୟ ଶ୍ରଦ୍ଧାଳୁଙ୍କର ବହୁ ମାତ୍ରାରେ ଭିଡ ଦେଖିବାକୁ ମିଳିଛି । ଏହି ଏକାଦଶ ଶିବ ମନ୍ଦିରର ମହତ୍ବ ଅନେକ ।

କଣ ଏହି ମନ୍ଦିରର ମାନ୍ୟତା

ଏହି ମନ୍ଦିରର ବିଶ୍ବାସ ରହିଛି ଯେ, ଯିଏ ଏଠାକୁ ଆସି ଜଳ ଲାଗି କରି ପୂଜାର୍ଚ୍ଚନା କରିଥାଏ ତାକୁ 11 ଗୁଣା ଅଧିକ ଫଳ ପ୍ରାପ୍ତି ହୋଇଥାଏ । ମଧୁବନୀ ଜିଲ୍ଲାରେ ରାଜନଗରର ମଙ୍ଗରୌନୀସ୍ଥିତ ଏକ ମନ୍ଦିରରେ ପ୍ରାୟ 8 ଫୁଟ ଲମ୍ବା ଓ 5 ଫୁଟ ଚୌଡାର ନିର୍ମିତ ଗୋଟିଏ ବେଦୀରେ ଶିବଙ୍କର 11ଟି ଲିଙ୍ଗକୁ ସ୍ଥାପନା କରାଯାଇଥିଲା । ଏହାପରଠାରୁ ଏହା ଏକାଦଶ ରୁଦ୍ର ଶିବ ମନ୍ଦିର ନାଁରେ ସାରା ଦେଶରେ ପରିଚିତ ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଏହି 11 ରୂପରେ ପୂଜା ପାଉଛନ୍ତି ଭଗବାନ

ସୂଚନାନୂସାରେ, ଏହାର ସ୍ଥାପନା 1953 ମସିହାରେ ଜଣେ ପ୍ରସିଦ୍ଧ ତାନ୍ତ୍ରିକ ଏହାର ସ୍ଥାପନା କରିଥିଲେ । ଏଠାରେ ସ୍ଥାପିତ ହୋଇଥିବା ସମସ୍ତ ଶିବ ଲିଙ୍ଗ କଳା ରଙ୍ଗର ଗ୍ରାନାଇଟର । ଏହି ଶିବ ଲିଙ୍ଗ ଭିତରେ ମହାଦେବ, ରୁଦ୍ର, ଶିବ, ଶଙ୍କର, ନିଳଲୋହିତ, ଇଶାନ, ବିଜୟ, ଭୀମ, ଦେବଦେବ, ଭବୋଦ୍ଭବ ଓ କପାଲୀ ରହିଛନ୍ତି । ଲୋକଙ୍କ କହିବାନୁସାରେ ଏହି ଶିବ ଲିଙ୍ଗ ଦୀର୍ଘ 200 ବର୍ଷ ପୁରୁଣା ।

ବିଶେଷ ସୋମବାରରେ ହୋଇଥାଏ ପୂଜା

ପ୍ରତ୍ୟେକ ସୋମବାର ଦିନ ଏଠାରେ ପଞ୍ଚାମ୍ବୃତ, ଚନ୍ଦନରେ ଏହି ଶିବଲିଙ୍ଗ ଗୁଡିକର ସ୍ନାନ ଓ ଶୃଙ୍ଗାର ହୋଇଥାଏ । ଏହିଠାରେ ମିଳୁଥିବା ପ୍ରସାଦ ସେବନ କରିବା ଦ୍ବାରା ଶରୀରର ସମସ୍ତ ରୋଗ କଷ୍ଟ ଦୂର ହୋଇଥାଏ । ଏହି ମନ୍ଦିରରେ କାଞ୍ଚି କାମକୋଟି ଶଙ୍କରାଚାର୍ଯ୍ୟ ଜୟେନ୍ଦ୍ର ସରସ୍ବତୀ ଓ ପୁରୀର ଶଙ୍କରାଚାର୍ଯ୍ୟ ନିଶ୍ଛିଳାନନ୍ଦ ସରସ୍ବତୀ ଏଠାକୁ ଆସି ପୂଜାର୍ଚ୍ଚନା କରିସାରିଛନ୍ତି । ଆଉ ଏଠାକାର ଥିବା ଅଲୌକିକ ଶକ୍ତିର ବିଷୟରେ ବଖାଣିଛନ୍ତି ।

ମନସ୍କାମନା ହୁଏ ପୁରା

ଏକାଦଶ ରୁଦ୍ରଙ୍କ ପୂଜା କରିବା ଦ୍ବାରା 11 ଗୁଣା ଅଧିକ ଫଳ ପ୍ରାପ୍ତ ହୋଇଥାଏ । ଆଉ ସମସ୍ତ ମନସ୍କାମନା ପୁରା ହୋଇଥାଏ । ଏହି ମନ୍ଦିରରେ ପାଦ ରଖିବା ପରେ ସମସ୍ତ ରାଗ ଦ୍ବେଷ ଓ ଦୁଃଶ୍ଚିନ୍ତା ଦୂର ହୋଇଥାଏ । ତେବେ ଏହି ମନ୍ଦିର କେବଳ ଦେଶରେ ନୁହଁ ଦେଶ ବାହାରେ ମଧ୍ୟ ପ୍ରସିଦ୍ଧି ଲାଭ କରିଛି । ତେଣୁ ବିଦେଶରୁ ମଧ୍ୟ ଲୋକ ଏଠାକୁ ଆସୁଥିବା ମନ୍ଦିରର ସେବାୟତ କହିଛନ୍ତି ।

ABOUT THE AUTHOR

...view details