ଓଡିଶା

odisha

ETV Bharat / bharat

ଜାନୁଆରୀ 20 ସୁଦ୍ଧା ନିର୍ଭୟା ଦୋଷୀଙ୍କୁ ଭେଟିପାରିବେ ପରିବାର ଲୋକେ !

ତିହାର ଜେଲରେ ଥିବା 4 ନିର୍ଭୟା ଦୋଷୀଙ୍କୁ ଜାନୁଆରୀ 22 ତାରିଖରେ ଫାଶୀ ଦିଆଯିବା ପ୍ରାୟତଃ ନିଶ୍ଚିନ୍ତ । ଏହି ସମୟରେ ଯଦି ସେମାନଙ୍କର ପରିବାର ସେମାନଙ୍କୁ ଭେଟିବାକୁ ଚାହାଁନ୍ତି, ତାହେଲେ ଜାନୁଆରୀ 20 ତାରିଖ ସୁଦ୍ଧା ଭେଟିପାରିବେ ବୋଲି ଜଣାପଡିଛି ।

By

Published : Jan 13, 2020, 12:54 PM IST

Nirbhaya's culprits
ଜାନୁଆରୀ 20 ସୁଦ୍ଧା ନିର୍ଭୟା ଦୋଷୀଙ୍କୁ ଭେଟିପାରିବେ ପରିବାର ଲୋକେ !

ନୂଆଦିଲ୍ଲୀ: ତିହାର ଜେଲରେ ଥିବା 4 ନିର୍ଭୟା ଦୋଷୀଙ୍କୁ ଜାନୁଆରୀ 22 ତାରିଖରେ ଫାଶୀ ଦିଆଯିବା ପ୍ରାୟତଃ ନିଶ୍ଚିନ୍ତ । ଏହି ସମୟରେ ଯଦି ସେମାନଙ୍କର ପରିବାର ସେମାନଙ୍କୁ ଭେଟିବାକୁ ଚାହାଁନ୍ତି, ତାହେଲେ ଜାନୁଆରୀ 20 ତାରିଖ ସୁଦ୍ଧା ଭେଟିପାରିବେ ବୋଲି ଜଣାପଡିଛି । 20 ତାରିଖ ପରେ କୌଣସି ବାହାର ଲୋକ ଏହି 4 ଦୋଷୀଙ୍କୁ ଭେଟିପାରିବେ ନାହିଁ । କାରଣ ତିହାର ଜେଲ ପ୍ରଶାସନ ଫାଶୀର ଦୁଇ ଦିନ ପୂର୍ବ ପର୍ଯ୍ୟନ୍ତ ହିଁ ଦୋଷୀଙ୍କୁ ସେମାନଙ୍କର ସମ୍ପର୍କୀୟଙ୍କ ସହ ଭେଟ କରାନ୍ତି ।

ସୂଚନାଥାଉକି, ନିର୍ଭୟାକାଣ୍ଡର 4 ଜଣ ଦୋଷୀ ତିହାର ଜେଲରେ ଅଛନ୍ତି । ସେମାନଙ୍କର ଡେଥ ୱାରେଣ୍ଟ ମଧ୍ୟ ବାହାରି ସାରିଛି । ଜାନୁଆରୀ 22 ତାରିଖ ସକାଳ 7ଟା ସୁଦ୍ଧା 4 ଜଣଙ୍କୁ ଫାଶୀରେ ଝୁଲାଯିବ । ତେବେ ଏହାର ଦୁଇ ଦିନ ପୂର୍ବରୁ ପରିବାର ସଦସ୍ୟଙ୍କୁ ଏମାନଙ୍କ ସହ ଭେଟିବାର ସୁଯୋଗ ମିଳିବ । କାରଣ ଅନେକ ସମୟରେ ଦେଖାଦେଇଛି ଯେ ଫାଶୀ ସମୟର କିଛି ଘଣ୍ଟା ପୂର୍ବରୁ ପରିବାର ସଦସ୍ୟଙ୍କୁ ଦୋଷୀମାନେ ଭେଟିଲେ, ସେମାନଙ୍କୁ ମାନସିକ ଆଘାତ ଲାଗିଥାଏ । ଯାହାକି ଫାଶୀ ପ୍ରକ୍ରିୟାରେ ବାଧା ସୃଷ୍ଟି କରେ ବୋଲି ଜେଲ ସୂତ୍ରରୁ ଜଣାପଡିଛି ।

ହେଲେ ବର୍ତ୍ତମାନ ସୁଦ୍ଧା ଏହି 4 ଜଣ ଦୋଷୀଙ୍କୁ ପରିବାର ଲୋକେ ଭେଟିବା ଲାଗି ସମୟ ମାଗିନାହାଁନ୍ତି । ଯଦି ସେମାନେ 20 ତାରିଖ ସୁଦ୍ଧା ସମୟ ମାଗିବେ, ତେବେ ସେମାନଙ୍କୁ ଭେଟିବାର ସୁଯୋଗ ଦିଆଯିବ ବୋଲି ସୂଚନା ମିଳିଛି।

ABOUT THE AUTHOR

...view details