ଭୁବନେଶ୍ବର/ଅନୁଗୋଳ: ଶହୀଦ ହୋଇଯାଇଛନ୍ତି ବୀର ଯବାନ ଅଜିତ କୁମାର ସାହୁ । ସୋମବାର ଜାମ୍ମୁ ଓ କାଶ୍ମୀରର ପୁଲୱାମା ଜିଲ୍ଲା IED ବିସ୍ଫୋରଣରେ ତାଙ୍କ ଜୀବନଦୀପ ଲିଭିଯାଇଛି । ଢେଙ୍କାନାଳ କାମାକ୍ଷାନଗର ବ୍ଲକ ବଡସୁଆଁଳ ଗାଁର ଅଜିତ 2015ରେ ସେନାରେ ସାମିଲ ହୋଇଥିଲେ । କିଛିଦିନ ତଳେ ତାଙ୍କୁ ଜାମ୍ମୁ ଓ କଶ୍ମୀରକୁ ବଦଳି କରାଯାଇଥିଲା । ଅଜିତଙ୍କ ଶହୀଦ ଖବର ମିଳିବା ପରେ କାନ୍ଦବୋବାଳି ଫାଟି ପଡିଥିଲା ଗାଁ ଦାଣ୍ଡ ।
ବୁଧବାର ବିଳମ୍ବିତ ରାତିରେ ଶହୀଦ ଅଜିତଙ୍କ ମରଶରୀର ଆସି ଭୁବନେଶ୍ବରରେ ପହଞ୍ଚିବା ପରେ 120 ବାଟାଲିୟନରେ ରଖାଯାଇଥିଲା । ଗୁରୁବାର ସକାଳେ ବୀର ଯବାନଙ୍କ ଶେଷ ଦର୍ଶନ ପାଇଁ ରାଜ୍ୟପାଳଙ୍କ ସମେତ ନେତା ଓ ବିଶିଷ୍ଠ ବ୍ୟକ୍ତିମାନେ ସେଠାରେ ପହଞ୍ଚି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।