ଓଡିଶା

odisha

ETV Bharat / bharat

ଯୋଗୀଙ୍କ ବାସଭବନରେ କମଲେଶ ତିୱାରୀଙ୍କ ପରିବାର

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ହିନ୍ଦୁ ମହାସଭା ନେତା କମଲେଶ ତିୱାରୀଙ୍କ ପରିବାର । ପୂର୍ବରୁ ପରିବାର ସଦସ୍ଯଙ୍କୁ ଭେଟିଥିଲେ ଉପ ମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା । ଶୁକ୍ରବାର କମଲେଶ କାର୍ଯ୍ୟାଳୟରେ ଥିବାବେଳେ ଗୁଳିକରି ହତ୍ୟା କରାଯାଇଥିଲା ।

By

Published : Oct 20, 2019, 12:06 PM IST

Updated : Oct 20, 2019, 1:32 PM IST

ପଂଟୋ ସୌଜନ୍ୟ: ଏଏନ୍ଆଇ

ଲକ୍ଷ୍ନୌ: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାସଭବନରେ ପହଞ୍ଚିଲେ ହିନ୍ଦୁ ମହାସଭା ନେତା କମଲେଶ ତିୱାରୀଙ୍କ ପରିବାର । ଗତ ଅକ୍ଟୋବର 18 ତାରିଖରେ କମଲେଶଙ୍କୁ ଗୁଳି ମାରି କରାଯାଇଥିଲା ନିର୍ମମ ହତ୍ୟା ।

ହିନ୍ଦୁ ନେତା କମଲେଶଙ୍କ ମୃତ୍ୟୁର 24 ଘଣ୍ଟା ଭିତରେ ହତ୍ୟାକାରୀଙ୍କୁ ଗିରଫ କରିଛି ୟୁପି ପୋଲିସ । ହତ୍ୟାକାଣ୍ଡରେ 5ଜଣ ସାମିଲ ଥିବାବେଳେ ସେମାନଙ୍କ ମଧ୍ୟରୁ ତିନି ଜଣଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଗୁଜୁରାଟର ସୁରତର ବୋଲି ଜଣାପଡ଼ିଥିବା ବେଳେ ସମସ୍ତେ ମୁସଲିମ ସମ୍ପ୍ରଦାୟର ।

କମଲେଶଙ୍କ ହତ୍ୟା ଘଟଣା ପରେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ଓ ଆନ୍ଦୋଳନ ଦେଖାଯାଇଥିଲା । ପୂର୍ବରୁ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା ପରିବାର ଲୋକଙ୍କୁ ଭେଟିଥିବା ବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଭେଟିବା ପାଇଁ ସୂଚନା ଦେଇଥିଲେ ।

Last Updated : Oct 20, 2019, 1:32 PM IST

ABOUT THE AUTHOR

...view details