ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରକୁ ନେଇ ମିଥ୍ୟା ଅପପ୍ରଚାର କରିବାକୁ ପାକିସ୍ତାନର ନୂଆ ଷଡଯନ୍ତ୍ର। ଭାରତୀୟ ସେନା ଅଧିକାରୀଙ୍କ ନାମରେ ଫେକ ଟ୍ଵିଟର ଆକାଉଣ୍ଟ ଖୋଲି ଭାରତୀୟ ସେନା ଓ ଅଧିକାରୀଙ୍କ ନାମରେ ମିଥ୍ୟା ପ୍ରଚାର କରୁଛି ଶତୃ ଦେଶ ପାକ୍ ।
ପାକ୍ର ନୂଆ ଷଡଯନ୍ତ୍ର: ଭାରତୀୟ ସେନା ଅଧିକାରୀଙ୍କ ନାମରେ ଖୋଲିଛି ଫେକ ଆକାଉଣ୍ଟ - ସେନା ଅଧିକାରୀଙ୍କ ନାମରେ ୨୦୦ରୁ ଅଧିକ ଫ୍ୟାକ ଆକାଉଣ୍ଟ
ଭାରତୀୟ ସେନା ଅଧିକାରୀଙ୍କ ନାମରେ ୨୦୦ରୁ ଅଧିକ ଫେକ ଟ୍ଵିଟର ଆକାଉଣ୍ଟ ଖୋଲି ଜମ୍ମୁ-କାଶ୍ମୀରକୁ ନେଇ ମିଥ୍ୟା ଅପପ୍ରଚାର କରୁଛି ପାକିସ୍ତାନ ।
ଏହି ଫେକ ଆକାଉଣ୍ଟରେ ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ ରାୱତ ଏବଂ ନଦର୍ଣ୍ଣ ଆର୍ମି କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ରଣବୀର ସିଂହଙ୍କ ନାମ ମଧ୍ୟ ସାମିଲ ଅଛି । ପାକିସ୍ତାନ ଭାରତୀୟ ସେନା ଅଧିକାରୀଙ୍କ ନାମରେ ୨୦୦ରୁ ଅଧିକ ଫେକ ଟ୍ଵିଟର ଆକାଉଣ୍ଟ ଚଳାଉଥିବା ଜଣାପଡିଛି। ତେବେ ଗତ ଏକ ମାସ ମଧ୍ୟରେ ୫୦ରୁ ଅଧିକ ଟ୍ଵିଟର ଆକାଉଣ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହା ବ୍ୟତିତ ଏଭଳି ୧୦୦୦ ରୁ ଅଧିକ ଫେକ ଆକାଉଣ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜାଣିବାକୁ ମିଳିଛି ।
ଏହି ଆକାଉଣ୍ଟ ମାଧ୍ୟମରେ ପାକିସ୍ତାନ ସେନା ଇଣ୍ଟର ସର୍ଭିସ୍ ପବ୍ଲିକ୍ ରିଲେସନ୍ସ ଦ୍ଵାରା ଜାମ୍ମୁ କାଶ୍ମୀରର ସ୍ଥିତି ବିଷୟରେ ଭୁଲ ତଥ୍ୟ ପ୍ରଦାନ କରୁଛନ୍ତି। ଏହା ସହିତ ପିଓକେରେ କିଛି ଫେକ୍ ଭିଡିଓ ସୁଟ୍ କରି ଜମ୍ମୁ କାଶ୍ମୀରରେ ଭାରତୀୟ ସେନା ଅତ୍ୟାଚାର କରୁଥିବା ଅପପ୍ରଚାର କରାଯାଉଛି ।