ମୁମ୍ବାଇ: ମୁମ୍ବାଇ କ୍ରାଇମବ୍ରାଞ୍ଚ ହାତରେ ଫେକ ଆଇପିଏସ ଅଫିସର। ମୁମ୍ବାଇ ହୋଟେଲ ଟ୍ରାଇଡାଣ୍ଟ ନିକଟରୁ ତାଙ୍କୁ ଗିରଫ କରାଯାଇଛି।
ମୁମ୍ବାଇ କ୍ରାଇମବ୍ରାଞ୍ଚ ହାତରେ ଫେକ ଆଇପିଏସ ଅଫିସର - ମୁମ୍ବାଇ ଖବର
ମୁମ୍ବାଇ କ୍ରାଇମବ୍ରାଞ୍ଚ ହାତରେ ଫେକ ଆଇପିଏସ ଅଫିସର। ମିଛ କହି ସୁନା ବ୍ୟବସାୟୀଙ୍କ ଠାରୁ ଲୁଟୁଥିଲା ଟଙ୍କା । ଅଧିକ ପଢନ୍ତୁ...
ଏ ଘଟଣାର ପୀଡିତ ବ୍ୟକ୍ତି ହେଉଛନ୍ତି ହରିସିଂ ରାଓ ନାମକ ଜଣେ ସୁନା ବ୍ୟବସାୟୀ। ସେ 2016 ମସିହାରେ ହାଇଦ୍ରାବାଦର ମସୁଦିଆଲ ଜୁଏଲାରୀ ସହ ବ୍ୟବସାୟ କରିଥିଲେ । ହେଲେ ସେବେ ଠାରୁ ଦୁହିଁଙ୍କ ଭିତରେ ଲାଗି ରହିଥିଲା ବିବାଦ। ପୂର୍ବରୁ ହରି ସିଂଙ୍କୁ ଫୋନ କରି ଆଇପିଏସ ଅଫିସର ନାମରେ ଦେଢ କୋଟି ଟଙ୍କା ମାଗିଥିଲେ। ହାଇଦ୍ରାବାଦ ଜୁଏଲାରୀ ମାଲିକ ମୋର ବନ୍ଧୁ ବୋଲି କହିଥିଲେ ଫେକ ଆଇପିଏସ ଅଫିସର ସନ୍ଦୀପ କୁମାର ମୀନା।
ଶେଷରେ 70 ଲକ୍ଷ ଟଙ୍କାରେ ରାଜି ହୋଇଥିଲେ। ଏହାସହ ତାଙ୍କ ବିରୁଦ୍ଧରେ ମୁମ୍ବାଇ ମେରାଇନ ଥାନାରେ ମାମଲା ରୁଜୁ କରାଯାଇଥିଲା। ତଦନ୍ତ ପରେ ଅଭିଯୁକ୍ତ ଫେକ ଆଇପିଏସ ଅଫିସରଙ୍କ ନାଁ ମିଶାଲ ବୋଲି ଜଣାପଡିଛି। ସେ ମଧ୍ୟ ଜଣେ ବ୍ୟବସାୟୀ।