ହାଇଦ୍ରାବାଦ: ପାଞ୍ଚଟି ରାଜ୍ୟର 350ଜଣ କର୍ମଚାରୀଙ୍କ ନାମରେ ଫେକ୍ ଫେସବୁକ୍ ଆକାଉଣ୍ଟ ବନାଉଥିବା 4ଟି ଅପରାଧୀଙ୍କୁ ନାଲଗୋଣ୍ଡା ପୋଲିସ ଗିରଫ କରିଛି । ଏହି ଅପରାଧୀମାନେ ଫେକ୍ ଆକାଉଣ୍ଟ ଜରିଆରେ ସାଧାରଣ ଲୋକଙ୍କଠାରୁ ଟଙ୍କା ହଡପ କରୁଥିଲେ ବୋଲି ଜଣାପଡିଛି।
ରାଜସ୍ଥାନର ଭରତପୁର ଜିଲ୍ଲାରେ 4 ଅପରାଧୀ ମୁସ୍ତାକିମ୍ ଖାନ୍, ମନିସ, ସାହିଦ ଓ ସଦମ ଖାନ ବ୍ୟାଙ୍କ, ରେଲୱେ ଏବଂ ସିଆରପିଏଫ କର୍ମଚାରୀଙ୍କ ନାମରେ ମିଥ୍ୟା ଆକାଉଣ୍ଟ ଖୋଲୁଥିଲେ । ସେମାନଙ୍କ ନାମରେ ସାଧାରଣ ଲୋକଙ୍କୁ ଟଙ୍କା ମାଗୁଥିଲେ । ମିଥ୍ୟା ଆକାଉଣ୍ଟ ଖୋଲୁଥିବା କର୍ମଚାରୀ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ହିମାଚଳ ପ୍ରଦେଶ ଓ ହରିୟାଣା ରାଜ୍ୟର ବୋଲି ଜଣାପଡିଛି । ଅପରାଧୀମାନେ ରାଜସ୍ଥାନକୁ ଅପରାଧର କେନ୍ଦ୍ରସ୍ଥଳ କରି ସେଠାରୁ ଏହି ପ୍ରକାର କାର୍ଯ୍ୟ କରୁଥିଲେ ଏବଂ ଏହି 4 ଅପରୀଧୀଙ୍କ ବୟସ 20 ବର୍ଷରୁ କମ୍ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି ।